ନୂଆଦିଲ୍ଲୀ: ଗାଡ଼ିର ବୀମା ନ ଥିଲେ ଟାଙ୍କିରେ ପେଟ୍ରୋଲ, ଡିଜେଲ ମିଳିବ ନାହିଁ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ କେନ୍ଦ୍ର ସରକାର ଖୁବଶୀଘ୍ର ଏହି ନିୟମ ଆରମ୍ଭ କରିବାକୁ ଯାଉଛନ୍ତି। ଏହା ଅଧୀନରେ ପେଟ୍ରୋଲ ପମ୍ପରେ ଥିବା କ୍ୟାମେରା ଗାଡ଼ି ସ୍କାନ କରିବ। ଯଦି ଗାଡ଼ିର ଥାର୍ଡ-ପାର୍ଟି ବୀମା ନ ଥିବ ତେବେ ଇନ୍ଧନ ଦିଆଯିବ ନାହିଁ। ଦେଶରେ ବିନା ବୀମାରେ ଚାଲୁଥିବା ଗାଡ଼ିଗୁଡ଼ିକ ଉପରେ କଟକଣା ଲଗାଇବା ପାଇଁ ବୀମା ନିୟାମକ ଆଇଆରଡିଏଆଇ ଖୁବଶୀଘ୍ର କିଛି ସହରରେ ଏହାର ପରୀକ୍ଷଣ ଆରମ୍ଭ କରିବାକୁ ଯାଉଛି। ପେଟ୍ରୋଲ୍ ଭର୍ତ୍ତି କରିବା ସମୟରେ ତୁରନ୍ତ ବୀମା ଅଛି କି ନାହିଁ ଜାଣିବା ଏହାର ଉଦ୍ଦେଶ୍ୟ। ଦେଶରେ ଥାର୍ଡ-ପାର୍ଟି ବୀମା ଆଇନଗତ ଭାବେ ବାଧ୍ୟତାମୂଳକ ହୋଇଛି। ମାତ୍ର ଅଧାରୁ ଅଧିକ ଗାଡ଼ି ଚାଳକ ଏହାକୁ ନବୀକରଣ କରୁନାହାନ୍ତି। ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରାଇବା ପାଇଁ ନୂଆ ନିୟମ ଅଣାଯାଉଛି।
ବୀମା ନାହିଁ ତ ତେଲ ନାହିଁ
