ପିପିଲିରେ ଜମିବାଡ଼ି ବିବାଦକୁ ନେଇ ରାଜସ୍ୱ ନିରୀକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ପିପିଲି – ପିପିଲିରେ ଜମିବାଡ଼ି ବିବାଦକୁ କେନ୍ଦ୍ର କରି ଜଣେ ରାଜସ୍ୱ ନିରୀକ୍ଷକ (ଆରଆଇ)ଙ୍କୁ ଆକ୍ରମଣ ଅଭିଯୋଗ। ଆକ୍ରମଣରେ ପୁରୀ ଜିଲ୍ଲା ମାଟିଆପଡ଼ା ଆରଆଇ ଆଶୁତୋଷ ସାହୁ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଆଶୁତୋଷ ସାହୁ ପିପିଲି ଦୁର୍ଗାଦାଶପୁର ଆଠବାଟିଆ ଅଞ୍ଚଳରେ ରହୁଥିବା ବେଳେ ଜମିବାଡ଼ିକୁ ନେଇ ତାଙ୍କ ପଡ଼ୋଶୀଙ୍କ ସହ ପୂର୍ବରୁ ବିବାଦ ଲାଗି ରହିଥିଲା। ଏହି ବିବାଦକୁ କେନ୍ଦ୍ର କରି ତାଙ୍କୁ ଶାବଳରେ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି। ଆକ୍ରମଣରେ ଆଶୁତୋଷଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବା ଜଣାପଡ଼ିଛି। ଏହି ଘଟଣାକୁ ନେଇ ଆଶୁତୋଷ ସାହୁଙ୍କ ସ୍ତ୍ରୀ ପିପିଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଜମିବାଡ଼ି ବିବାଦରୁ ତାଙ୍କ ସ୍ୱାମୀଙ୍କୁ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଆକ୍ରମଣ କରାଯାଇଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ଘଟଣାକୁ ନେଇ ପିପିଲି ଥାନାରେ ଅଭିଯୋଗ ହୋଇଥିବା ବେଳେ ପୋଲିସ ଏହାର ତଦନ୍ତ କରୁଛି। ଆକ୍ରମଣର ପ୍ରକୃତ କାରଣ ଏବଂ ଘଟଣାରେ କେଉଁମାନେ ସମ୍ପୃକ୍ତ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

Leave a Reply

Your email address will not be published. Required fields are marked *