ଆମେରିକାରେ ଦରଦାମ ବୃଦ୍ଧି ଯୋଗୁଁ ସୁଧ ହାର ବଢ଼ାଇଲା ଆମେରିକା

ୱାଶିଂଟନ: ଆମେରିକା ବିଶ୍ବକୁ ଯୁଦ୍ଧ ମଧ୍ୟକୁ ଠେଲି ଦେଇଛି। ଏଥିପାଇଁ ଦୁନିଆ ଅନିଶ୍ଚିତତା ଓ ସଙ୍କଟ ଦେଇ ଗତି କରୁଛିି। ଏହାର ପ୍ରଭାବ ଆମେରିକା ସହିତ ଅନ୍ୟ ଦେଶ ଉପରେ ପଡିଛି। ଆମେରିକାରେ ଦରଦାମ ବୃଦ୍ଧି ଯୋଗୁଁ ଜନତାଙ୍କ ଉପରେ ମହଙ୍ଗା ମାଡ଼ ହେଉଛି। ଲୋକେ ସରକାରଙ୍କ ନୀତିକୁ ବିରୋଧ କରି ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ଏଭଳି ସ୍ଥିତିରେ ତିନି ବର୍ଷରେ ପ୍ରଥମ ଥର ପାଇଁ ଆମେରିକାର କେନ୍ଦ୍ରୀୟ ବ୍ୟାଙ୍କ ‘ଫେଡେରାଲ ରିଜର୍ଭ’ ସୁଧ ହାର ବଢ଼ାଇ ଦେଇଛି। ସୁଧ ହାର ୦.୨୫% ବୃଦ୍ଧି କରାଯାଇଛି। ଦେଶରେ ବର୍ଦ୍ଧିତ ମୁଦ୍ରାସ୍ପୀତିକୁ ହ୍ରାସ କରିବା ପାଇଁ ଏହି ପଦକ୍ଷେପ ନିଆଯାଇଛି ବୋଲି କେନ୍ଦ୍ରୀୟ ବ୍ୟାଙ୍କ ପକ୍ଷରୁ କୁହାଯାଇଛି। ଏବେ ଆମେରିକାରେ ସୁଧ ହାର ବଢ଼ି ୩.୭୫% ରୁ ୪.୦୦% ମଧ୍ୟରେ ପହଞ୍ଚି ଯାଇଛି। ଫେଡେରାଲ କମିଟିର ସମସ୍ତ ୧୨ ଜଣ ସଦସ୍ୟ ସର୍ବସମ୍ମତିକ୍ରମେ ଏହି ନିଷ୍ପତ୍ତି ନିଆଯାଇଛି।

Leave a Reply

Your email address will not be published. Required fields are marked *