ସମ୍ବଲପୁର: ସମ୍ବଲପୁରର ସିନ୍ଦୁରପଙ୍କ ଛକ ଠାରେ ବୁଧବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସ୍ୱାମୀର ଛୁରା ମାଡରେ ସ୍ତ୍ରୀ ଆହତ ହୋଇଛି । ପୁଲିସର ସୁଚନା ଅନୁଯାୟୀ, ସିନ୍ଦୁରପଙ୍କ ଛକ ଠାରେ ସଂଯୁକ୍ତା ବାରିକ (୩୦) ନାମକ ଜଣେ ମହିଳା ଏକ ବିଉଟି ପାର୍ଲର ଖୋଲିଛନ୍ତି । ମହିଳାଙ୍କ ବିବାହ ପ୍ରାୟ ୧୨ ବର୍ଷ ତଳେ କିସିଣ୍ଡା ଥାନା ନିବାସୀ ପ୍ରଭାକର ବାରିକ (୩୨)ଙ୍କ ସହିତ ହୋଇଥିଲେ । ସେମାନଙ୍କ ମଧ୍ୟରେ ବିବାଦ ହେବାରୁ ଦୁହେଁ ଅଲଗା ରହୁଥିଲେ ଏବଂ ସଂଯୁକ୍ତା ସିନ୍ଦୁରପଙ୍କ ଛକ ଠାରେ ପ୍ରାୟ ୧ ମାସ ହେବ ଏକ ଦୋକାନ ଖୋଲିଥିଲେ । ଆଜି ପୁର୍ବାହ୍ନରେ ସଂଯୁକ୍ତା ଦୋକାନ ଖୋଲିବାକୁ ଆସିଥିବା ବେଳେ ତାଙ୍କ ସ୍ୱାମୀ ପ୍ରଭାକର ଅଚାନକ ଉତ୍ତ୍ୟକ୍ତ ହୋଇ ଏକ ଛୁରୀରେ ମରଣାନ୍ତକ ଆକ୍ରମଣ କରିଥିଲେ । ଫଳରେ ସଂଯୁକ୍ତା ଆହତ ହୋଇ ବୁର୍ଲା ଭିମସାରରେ ଚିକିତ୍ସିତ ହେଉଛନ୍ତି । ଏ ନେଇ ଅଭିଯୋଗ ହେବାରୁ ସଦର ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ସ୍ୱାମୀ ପ୍ରଭାକରକୁ ଅଟକ ରଖିଛି ।
ସ୍ୱାମୀର ଛୁରା ମାଡରେ ସ୍ତ୍ରୀ ଆହତ
