ଭୁବନେଶ୍ୱର : ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ। ଘରୋଇ କଳିରୁ ବାପାର ଜୀବନ ନେଲା ପୁଅ। ଏଭଳି ଅଭାବନୀୟ ଘଟଣା ଘଟିଛି ମଞ୍ଚେଶ୍ୱର ଥାନା ଚକେଇସିଆଣି ଅଞ୍ଚଳରେ। ବାପାକୁ ପଥରରେ ଛେଚି ପୁଅ ହତ୍ୟା କରିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମିଳିଥିବା ପ୍ରାଥମିକ ସୂଚନାନୁଯାୟୀ, ବାପା ଓ ପୁଅଙ୍କ ମଧ୍ୟରେ ଦୀର୍ଘ ଦିନ ଧରି କୌଣସି କାରଣରୁ କଳହ ଲାଗି ରହୁଥିଲା। ରାଗରେ ପୁଅ ବାପାକୁ ବାରମ୍ବାର ଆକ୍ରମଣ କରିବା ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଘଟଣା ବିଷୟରେ ଖବର ପାଇ ମଞ୍ଚେଶ୍ୱର ଥାନା ପୁଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ପୁଅକୁ ଗିରଫ କରି ତଦନ୍ତ ଜାରି ରଖିଛି।
ଘରୋଇ କଳିରୁ ବାପାର ଜୀବନ ନେଲା ପୁଅ
