ଖପ୍ରାଖୋଲ ୧୮.୧୦(ଶତୃଘନ ନାଏକ): ବ୍ଲକ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଘୁନସର ପଞ୍ଚାୟତର ଝାଙ୍କ୍ରିପାଳି ବିଦ୍ୟାଳୟର ଗା l ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଚାଉଳ ଚୋରୀ କରୁଥିବା ଘଟଣା CC ଚେମେରାରୁ ଲୋକମାନେ ଜାଣିଥିଲେ l ଫଟୋ ଭିଡ଼ିଓ କପି ଧରି ପ୍ରଧାନ ଶିକ୍ଷକଙ୍କ ବିରୋଧରେ ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟରେ ଅଭିଯୋଗ କରିଛନ୍ତି ଗ୍ରାମବାସୀ । ବିଇଓଙ୍କ ଅନୁପସ୍ଥିତିରେ ଏବିଇଓ ମିନିକେତନ ବରିହାଙ୍କୁ ଅଭିଯୋଗପତ୍ର ସହ ସିସିଟିଭିରେ କଏଦ ହୋଇଥିବା ଘଟଣାର ଫଟୋକପି ପ୍ରଦାନ କରିଛନ୍ତି l ଏବିଇଓ ମିନିକେତନ ବରିହା ଅଭିଯୋଗଗ୍ରହଣକରି କହିଛନ୍ତି, ଅଭିଯୋଗକୁ ଗୁରୁତର ସହ ନିଆଯାଇଛି। ତଦନ୍ତ ପରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଅନ୍ୟପକ୍ଷରେ, ଅଭିଯୋଗକୁ ଖଣ୍ଡନ କରିଛନ୍ତି ପ୍ରଧାନଶିକ୍ଷକ ସୁରେଶ ବାଗ। ତାଙ୍କ କହିବା ଅନୁଯାୟୀ, ମୋତେ ଫସାଇ ଦିଆଯାଇଛି l ବିଦ୍ୟାଳୟରେ ଦୀର୍ଘଦିନ ଧରି ଅବ୍ୟବହୃତ ହୋଇ ପଡ଼ିଥିବା କୋଠରୀକୁ ସଫା କରାଯାଉଥିଲା l ଦୀର୍ଘଦିନ ଧରି ଅଵ୍ୟବହୃତ ହୋଇ କିଛି ଚାଉଳ ପଡିରହିଥିଲା l ତେଣୁ ରୋଷେଇ ସାମଗ୍ରୀ ପାଇଁ ଦରକାର ହେଉଥିବା ତେଲ ଲୁଣ ସର୍ଫ ସାମଗ୍ରୀ କିଣିବା ପାଇଁ ଦୋକାନକୁ ଯାଉଥିଲା l ଅଞ୍ଚଳରେ ଚର୍ଚ୍ଚା ଗୁରୁଜୀଙ୍କ ମୋଟା ଅଙ୍କର ଦରମା ତଥାପି ନିଅଣ୍ଟ ହେଉଥିବାରୁ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ଆସୁଥିବା ଖାଦ୍ୟ କୁ ଛାଡୁ ନାହାନ୍ତି । କିଛିମାସତଳୁ ଗଣମାଧ୍ୟମ ଦ୍ୱାରା ବାରମ୍ବାର ଖବର ପାଉଥିଲେମଧ୍ୟ ଶିକ୍ଷାବିଭାଗ କୁମ୍ଭକର୍ଣ୍ଣନିଦ୍ରାରେ l ବଡ଼ ବଡ଼ ବାବୁମାନେ ମୋଟା ଅଙ୍କର ଦରମା ପାଇ ଅଫିସରେ ଫଙ୍ଖାତଳେ ବସି ରହୁଛନ୍ତି l ଅତର୍କିତ ବିଦ୍ୟାଳୟ ପରିଦର୍ଶନ, ତଦାରଖ ଅଭାବ ଯୋଗୁଁ ଏପରି ଘଟଣା ହେଉଛି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା l ଅଳ୍ପଦିନ ତଳେ ଶିକ୍ଷକଙ୍କ ଶିକ୍ଷା ଦାନ ଠିକଭାବେ ହେଉନଥିବା ଅଭିଯୋଗ ଗ୍ରାମସଭାରେ ଉଠିଥିଲା l କିଛି ଶିକ୍ଷକ ମାନେ ନିଜ ପିଲାଙ୍କୁ ବେସରକାରୀ ବିଦ୍ୟାଳୟରେ ପାଠପଢାଇ ସରକାରୀ ବିଦ୍ୟାଳୟକୁ ଗୁରୁତର ନେଉ ନାହାନ୍ତି ବୋଲି ସାଧାରଣ ମହଲରେ ଆଲୋଚନା ହେଉଥିବା ଖବର ଜଣା ଯାଇଛି l ଶିକ୍ଷା ହେଉଛି ମଣିଷ ସମାଜର ଦର୍ପଣ, ଶିକ୍ଷା ପ୍ରତି ବିଭାଗୀୟ ଅଧିକାରୀ କଡା ନଜର ଦେବା ପାଇଁ ଅଞ୍ଚଳରେ ଦାବୀ କରୁଥିବା ଜଣା ଯାଇଛି l
ମଧ୍ୟାହ୍ନ ଭୋଜନ ଚାଉଳ ଚୋରି ଅଭିଯୋଗ କଲେ ଗ୍ରାମବାସୀ , ଖପ୍ରାଖୋଲ ବିଇଓ ଦେଲେ ତଦନ୍ତ ନିର୍ଦେଶ
