ରାଜଧାନୀରେ ପାନ ଦୋକାନୀଙ୍କୁ ହତ୍ୟା

ଭୁବନେଶ୍ୱର : ପୁଣି ରାଜଧାନୀରେ ଗଡ଼ିଲା ମୁଣ୍ଡ। ଗ୍ୟାରେଜ୍‌ ଛକରେ ପାନ ଦୋକାନୀଙ୍କୁ ହତ୍ୟା କରାଯାଇଥିବା ଶୁକ୍ରବାର ଖବର ସାମ୍ନାକୁ ଆସିଛି। ଗାୟତ୍ରୀ ବସ୍ତି ନିକଟରେ ଧାରୁଆ ଅସ୍ତ୍ରରେ ଦୁର୍ବୃତ୍ତ ତାଙ୍କ ମୁଣ୍ଡକୁ ହାଣି ହତ୍ୟା କରିଛି। ମୃତ ଯୁବକଙ୍କ ଘର ଶିଶୁପାଳ ଅଞ୍ଚଳରେ ହୋଇଥିବା ସୂଚନା ମିଳିଛି। ହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବର ପାଇ ଲିଙ୍ଗରାଜ ଥାନା ପୁଲିସ ମୃତଦେହ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି।

Leave a Reply

Your email address will not be published. Required fields are marked *