ବେଆଇନ ଗୋଚାଲାଣ ମାମଲା: ୨ ଅଭିଯୁକ୍ତଙ୍କୁ ଆଜୀବନ ଜେଲ୍

ଆଠଗଡ଼: ଗୋରୁ ଚୋରି ଓ ବେଆଇନ ଗୋଚାଲାଣ ମାମଲାର ବିଚାର କରି ଆଠଗଡ଼ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍‌ ରାଜକୁମାର ଦାସ ଦୁଇଜଣ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡାଦେଶ ଶୁଣାଇଛନ୍ତି। ଦୋଷୀ ସାବ୍ୟସ୍ତ ଦୁଇ ଅଭିଯୁକ୍ତ ହେଲେ ସକିଲ୍‌ ଖାଁ ଓ ତାଜଉଦ୍ଦିନ୍‌ ଖାଁ। ଉଭୟଙ୍କୁ ଆଜୀବନ କାରାଦଣ୍ଡ ସହ ୫ ଲକ୍ଷ ଟଙ୍କା ଲେଖାଏଁ ଜରିମାନାରେ ଦଣ୍ଡିତ କରାଯାଇଛି।

ମାମଲାର ବିବରଣୀ ଅନୁଯାୟୀ, ୨୦୨୫ ମେ’ ୧୯ ତାରିଖ ରାତିରେ ତିଗିରିଆ ପୁଲିସ ପେଟ୍ରୋଲିଂ କରୁଥିବା ସମୟରେ ବେଆଇନ ଗୋଚାଲାଣ ସମ୍ପର୍କରେ ସୂଚନା ପାଇଥିଲା। ଏହାପରେ ପୁଲିସ ୬୫ ନମ୍ବର ରାଜ୍ୟ ରାଜପଥର ତିଗିରିଆ ଶାସନ ଛକରେ ରାସ୍ତା ଅବରୋଧ କରି ଯାଞ୍ଚ ଆରମ୍ଭ କରିଥିଲା।ଏହି ସମୟରେ ଏକ ନମ୍ବରବିହୀନ ବୋଲେରୋ ପିକ୍‌ଅପ୍‌ ଭ୍ୟାନ୍‌କୁ ଦୁଇଟି ବାଇକ୍‌ରେ ଚାରିଜଣ ବ୍ୟକ୍ତି ସୁରକ୍ଷା ଦେଇ ଆଣୁଥିବା ପୁଲିସ ଦେଖିଥିଲା। ପୁଲିସ ଗାଡ଼ିଗୁଡ଼ିକୁ ଅଟକାଇ ଯାଞ୍ଚ କରିବାକୁ ଉଦ୍ୟମ କରିବା ବେଳେ ବାଇକ୍‌ ଆରୋହୀମାନେ ପୁଲିସ ସହ ଧସ୍ତାଧସ୍ତି କରିବା ସହ ଆକ୍ରମଣ ଉଦ୍ୟମ କରିଥିଲେ।

Leave a Reply

Your email address will not be published. Required fields are marked *