ୱାଶିଂଟନ: ଇରାନ ଯୁଦ୍ଧ ସମ୍ବନ୍ଧିତ ଗୁପ୍ତ ସୂଚନା ପ୍ରଘଟ କରିବାକୁ ନେଇ ଆମେରିକା ତଦନ୍ତକୁ ଜୋରଦାର କରିଛି। ଗଣମାଧ୍ୟମକୁ ଏହାର ସୂଚନା କିଏ ଦେଇଥିଲା ତାହା ଜାଣିବା ପାଇଁ ପେଣ୍ଟାଗନ ପ୍ରାୟ ୫୦ ଜଣ ସୈନ୍ୟ ଅଧିକାରୀ ଓ କର୍ମଚାରୀଙ୍କ ପଲିଗ୍ରାଫ ଟେଷ୍ଟ (ମିଛ ଧରା ପରୀକ୍ଷା) କରାଯାଇଛି। ଏହି ପରୀକ୍ଷା ସମୟରେ ଯୁଦ୍ଧର ଗୁପ୍ତ ସୂଚନା, ଆମେରିକାର ଅସ୍ତ୍ର ଭଣ୍ଡାର, ଗୋଳାବାରୁଦ ହ୍ରାସ ପାଉଥିବା ବିଷୟରେ ଗଣମାଧ୍ୟମକୁ ସୂଚନା ଦେଇଥିଲେ କି ବୋଲି ପଚରା ଯାଇଥିଲା। ସୂଚନାଯୋଗ୍ୟ ଯେ ଗତ ଅଗଷ୍ଟରେ ଆମେରିକା ସେନାରେ ଅସ୍ତ୍ରଶସ୍ତ୍ର ଅଭାବ ଥିବା ରିପୋର୍ଟ ପ୍ରକାଶ ପାଇଥିଲା। ଏଥିରେ ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ଓ ପାଟ୍ରିୟଟ ମିସାଇଲ ଇଣ୍ଟରସେପ୍ଟର ସାମିଲ ଥିଲା। ଏହି ମାମଲାକୁ ନେଇ ଯାଞ୍ଚ କରାଯାଉଛି।
ଇରାନ ଯୁଦ୍ଧ ସମ୍ବନ୍ଧିତ ଗୁପ୍ତ ସୂଚନା ପ୍ରଘଟ ଘଟଣା : ୫୦ ସୈନିକଙ୍କ ମିଛ ଧରା ପରୀକ୍ଷା କରୁଛି ଆମେରିକା
