ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସତ୍ୟ ନିକେତନ ଅଞ୍ଚଳରେ ରବିବାର ଏକ ତିନି ମହଲା କୋଠା ହଠାତ୍ ଭୁଶୁଡ଼ି ପଡ଼ିଛି। କୋଠାର ଭଗ୍ନାବଶେଷ ତଳେ ଅନେକ ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଘଟଣା ପରେ ତୁରନ୍ତ ଉଦ୍ଧାର ଅଭିଯାନ ଆରମ୍ଭ ହୋଇଛି।
ସୂଚନା ଅନୁଯାୟୀ, ରବିବାର ଅପରାହ୍ନ ପ୍ରାୟ ୧ଟା ୩୦ ମିନିଟ୍ରେ ଏହି ଅଘଟଣ ଘଟିଥିଲା। କୋଠାଟି ଭୁଶୁଡ଼ି ପଡ଼ିବା ପରେ ବହୁ ପରିମାଣର ଭଗ୍ନାବଶେଷ ରାସ୍ତା ଉପରେ ପଡ଼ିଥିଲା। ଏହା ତଳେ କିଛି ଗାଡ଼ି ମଧ୍ୟ ଚାପି ହୋଇ ରହିଥିବା ଜଣାପଡ଼ିଛି।
