ସଂସଦରେ ସୁରକ୍ଷା ବ୍ୟବସ୍ଥା ବୃଦ୍ଧି

ନୂଆଦିଲ୍ଲୀ : ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଏବଂ ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ଦାବି କରି ଜନ୍ତର ମନ୍ତରରେ ଧାରଣା ଦେଉଥିବା ପ୍ରତିବାଦକାରୀଙ୍କ ପ୍ରସ୍ତାବିତ ସଂସଦ ପଦଯାତ୍ରା ପୂର୍ବରୁ ଉତ୍ତେଜନା ସୃଷ୍ଟି ହୋଇଛି। ଜନ୍ତର ମନ୍ତର ଚାରିପାଖରେ ବ୍ୟାରିକେଡ୍ ଲଗାଯାଇଛି। ପଦଯାତ୍ରା ସମୟରେ ପାର୍ଲାମେଣ୍ଟ ଷ୍ଟ୍ରିଟ୍ ପୁଲିସ ଷ୍ଟେସନରେ ପହଞ୍ଚିଥିବା ପ୍ରତିବାଦକାରୀମାନଙ୍କୁ ଲାଠିଚାର୍ଜ କରାଯାଇ ଘଉଡ଼ାଇ ଦିଆଯାଇଥିଲା।

କୋକରଚ ଜନତା ପାର୍ଟିର ମୁଖପାତ୍ର ଆଶୁତୋଷ ରାଙ୍କା ଏବଂ ସୌରଭ ଦାସ ବର୍ତ୍ତମାନ ନଡ୍ଡାଙ୍କ ବାସଭବନରେ ଅଛନ୍ତି। ରାଙ୍କା କହିଛନ୍ତି ଯେ ନଡ୍ଡା ତାଙ୍କ ନେତୃତ୍ୱ ସହିତ ସେମାନଙ୍କର ଦାବି ବିଷୟରେ ଆଲୋଚନା କରିବା ପାଇଁ କିଛି ସମୟ ମାଗିଛନ୍ତି।

Leave a Reply

Your email address will not be published. Required fields are marked *