କଟକ: କଟକ ସଦର ଅଞ୍ଚଳର ମୁକାମେଶ୍ୱରସ୍ଥିତ ମା’ ନାଣ୍ଡିଆ କଳାମନ୍ଦିରର ୨ୟ ବାର୍ଷିକ ଉତ୍ସବ ପବିତ୍ର ଗୁରୁଦିବସ ଅବସରରେ ପାଳିତ ହୋଇଯାଇଛି ।ଉକ୍ତ କାର୍ଯ୍ୟକ୍ରମରେ ଉଚ୍ଚନ୍ୟାୟାଳୟର ଆଇନଜିବୀ ସଂଘର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜିବୀ ଡକ୍ଟର ମନୋଜ କୁମାର ମିଶ୍ର ଉଦ୍ଘାଟକ ଭାବରେ,ଓଡ଼ିଶା ଉଚ୍ଚ ନ୍ୟାୟାଳୟର ଆଇନଜିବୀ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ରାଉତରାୟ ସମ୍ମାନିତ ଅତିଥି ଭାବରେ,କଟକ ସଦର ଥାନାର ଭାରପ୍ରାପ୍ତ ଅଧୂକାରୀ ଶ୍ରୀଯୁକ୍ତ ତୁଷାରକାନ୍ତ ସେଠି, କର୍ପୋରେଟର ଶ୍ରୀମତୀ ଲିପ୍ସା ନାୟକ, ପୂର୍ବତନ କର୍ପୋରେଟର ଶ୍ରୀଯୁକ୍ତ ସଂଜୟ କୁମାର ବରାଳ, ସମାଜସେବୀ ତଥା ପୂର୍ବତନ କର୍ପୋରେଟର ଶ୍ରୀଯୁକ୍ତ କୌଶିକ ଜେନା, କଟକ ଭୁବନେଶ୍ଵର ଯୁଗ୍ମ ନଗରୀର ସଂପାଦକ ଡକ୍ଟର ଦିଲ୍ଲିପ କୁମାର ରାମବିଶିଷ୍ଟ ଅତିଥି ଭାବେଯୋଗଦେଇ କାର୍ଯ୍ୟକ୍ରମକୁ ଆଗେଇ ନେଇଥିଲେ । ସଭାପତି
ଦିଗାମ୍ବର ଜେନା, ସମ୍ପାଦକ କମଳାକାନ୍ତ ମହାନ୍ତି , ବରିଷ୍ଠ କର୍ମକର୍ତ୍ତା ନନ୍ଦୀ ବାବୁ ଏବଂ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତା ସଭ୍ୟା ଓ ସଭ୍ୟ ବୃନ୍ଦ ତଥା ଗ୍ରାମବାସୀ ଏକତ୍ରିତ ହୋଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।
ଗୁରୁଦିବସ ପାଳିତ
