ବ୍ରିକ୍ସ ଶିଖର ସମ୍ମିଳନୀରେ ଏକାଠି ହେଲେ ବିଶ୍ୱର ଶୀର୍ଷ ନେତା

ନୂଆଦିଲ୍ଲୀ: ଭାରତରେ ଆଜିଠାରୁ ଆରମ୍ଭ ହୋଇଛି ୧୮ତମ ବ୍ରିକ୍ସ ଶିଖର ସମ୍ମିଳନୀ। ଦୁଇଦିନିଆ ଏହି ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ସମାବେଶ ନୂଆଦିଲ୍ଲୀସ୍ଥିତ ଭାରତ ମଣ୍ଡପମରେ ଅନୁଷ୍ଠିତ ହେଉଛି। ବ୍ରିକ୍ସ ଦେଶଗୁଡ଼ିକର ଶୀର୍ଷ ନେତାଙ୍କ ଉପସ୍ଥିତି ଯୋଗୁଁ ରାଜଧାନୀରେ କୂଟନୈତିକ ଗତିବିଧି ବଢ଼ିଛି।

ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ, ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନ, ଦକ୍ଷିଣ ଆଫ୍ରିକା ରାଷ୍ଟ୍ରପତି ସିରିଲ ରାମାଫୋସା ଏବଂ ଇଜିପ୍ଟ ରାଷ୍ଟ୍ରପତି ଅବଦେଲ ଫତାହ ଏଲ-ସିସିଙ୍କ ସମେତ ଅନେକ ବିଶ୍ୱ ନେତା ନୂଆଦିଲ୍ଲୀରେ ପହଞ୍ଚିଛନ୍ତି।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶିଖର ସମ୍ମିଳନୀ ଅବସରରେ ଅତି କମରେ ୧୫ ଜଣ ବିଦେଶୀ ନେତା ଓ ବରିଷ୍ଠ ଅଧିକାରୀଙ୍କ ସହ ପୃଥକ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହି ଆଲୋଚନାରେ ପୁଟିନ, ସି ଜିନପିଙ୍ଗ ଓ ପେଜେଶକିୟାନଙ୍କ ସହ ବୈଠକ ବିଶେଷ ଗୁରୁତ୍ୱ ବହନ କରୁଛି।

Leave a Reply

Your email address will not be published. Required fields are marked *