ବାସୁଦେବପୁର : ଭଦ୍ରକ ଜିଲ୍ଲା ବାସୁଦେବପୁର ମାତାଜୀ ମଠ ନିକଟରେ ଶନିବାର ମଧ୍ୟାହ୍ନରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ରାସ୍ତାର ଡିଭାଇଡରରେ ପିଟି ହୋଇ ଦୁଇ ବାଇକ ଆରୋହୀଙ୍କ ଜୀବନ ଯାଇଥିବା ବେଳେ ଜଣେ ଯୁବକ ଗୁରୁତର ହୋଇଛନ୍ତି। ମୃତ ଦୁଇ ଯୁବକଙ୍କ ସହ ଆହତ ଯୁବକ କଷିଆ ଥାନା ସାନକୃଷ୍ଣପୁର ଗଦି ଗାଁର ବୋଲି ଜଣାପଡ଼ିଛି। ମୃତକ ନାମ ବିଶ୍ୱଜିତ (୨୯), ଗୋବିନ୍ଦ ବିଶ୍ବାଳ(୨୫) ଓ ଗୁରୁତର ଆହତ ଶିବ ଶଙ୍କର ନାୟକ (୨୯)। ଏଭଳି ଦୁଃଖଦ ଘଟଣାକୁ ନେଇ ଡାକ୍ତର ଖାନରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି।
ବାଇକ ଦୁର୍ଘଟଣାରେ ଚାଲିଗଲା ୨ ଜୀବନ
