ଜି ଉଦୟଗିରି : ଜି ଉଦୟଗିରି ଥାନା ଅନ୍ତର୍ଗତ ଗ୍ରେସିଙ୍ଗିଆ ପଞ୍ଚାୟତ ସ୍ଥିତ ସୁକାନାଣ୍ଡା ଠାରେ ଆଜି ପ୍ରାୟ ୧୧ଟା ସମୟରେ କାର ଓ ପଲସର ବାଇକ ମୁହାଁମୁହିଁ ଧକ୍କା ହୋଇ ଚାଲିଗଲା ଜଣଙ୍କ ଜୀବନ। ମୃତକ ହେଲେ ମିଥୁନ ପ୍ରଧାନ (୨୬)। ତାଙ୍କ ଘର ପେନେଲା ଗ୍ରାମ ବୋଲି ଜଣାପଡ଼ିଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି କରିଛି।
ବାଇକ- କାର ମୁହାଁମୁହିଁ ଧକ୍କା ; ୪ ମୃତ
