ପରଲୋକରେ ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାର

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ସାଂସଦ ସଜ୍ଜନ କୁମାରଙ୍କ ପରଲୋକ ଘଟିଛି। ୧୯୮୪ ଶିଖ୍‌-ବିରୋଧୀ ଦଙ୍ଗା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିବା ସଜ୍ଜନ କୁମାର ଅସୁସ୍ଥତା ଯୋଗୁଁ ଦିଲ୍ଲୀର ସଫଦରଜଙ୍ଗ ହସ୍ପିଟାଲକୁ ଆସିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

୧୯୮୪ ଦଙ୍ଗା ସମ୍ପର୍କିତ ମାମଲାରେ ସଜ୍ଜନ କୁମାର ଦୁଇଟି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡ ଭୋଗୁଥିଲେ। ୨୦୧୮ ଡିସେମ୍ବରରେ ଦିଲ୍ଲୀ ହାଇକୋର୍ଟ ତାଙ୍କୁ ପାଞ୍ଚ ଜଣ ଶିଖଙ୍କ ହତ୍ୟା ଏବଂ ଏକ ଗୁରୁଦ୍ୱାରା ପୋଡ଼ିବା ସମ୍ପର୍କିତ ମାମଲାରେ ଆଜୀବନ କାରାଦଣ୍ଡ ଦେଇଥିଲେ।

Leave a Reply

Your email address will not be published. Required fields are marked *