ୱାଶିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ଭୋଟର ପରିଚୟପତ୍ର ନିୟମକୁ କଡ଼ାକଡ଼ି କରିବା ଉପରେ ଗୁରୁତ୍ବ ଦେଇଛନ୍ତି। ଏହା ପ୍ରସ୍ତାବିତ ‘ସେଭ୍ ଆମେରିକା ଆଇନ’ ଗୃହୀତ କରିବା ପାଇଁ ଭାରତର ନିର୍ବାଚନ ବ୍ୟବସ୍ଥାର ଉଦାହରଣ ଦେଇଛନ୍ତି। ଆମେରିକାର ବୈଧ ଭୋଟରଙ୍କୁ ଚିହ୍ନଟ କରିବା ଲାଗି ଭାରତ ଭଳି ଭୋଟର ପରିଚୟପତ୍ର ବ୍ୟବସ୍ଥା କାର୍ଯ୍ୟକାରୀ କରିବା ଉପରେ ଟ୍ରମ୍ପ ଗୁରୁତ୍ବ ଦେଇଛନ୍ତି। ଟ୍ରମ୍ପ ନିଜ ସୋସିଆଲ ମିଡିଆ ଆକାଉଣ୍ଟ ଟ୍ରୁଥ ସୋସିଆଲରେ ଲେଖିଛନ୍ତି ଯେ, ଭାରତର ଗତ ସାଧାରଣ ନିର୍ବାଚନରେ ପ୍ରାୟ ୬୪.୬ କୋଟି ଭୋଟର ଭାଗ ନେଇଥିଲେ, ଯେଉଁଥିରେ ପ୍ରତ୍ୟେକ ଭୋଟରଙ୍କ ନିକଟରେ ବୈଧ ଫଟୋ ପରିଚୟପତ୍ର ଥିଲା ଓ ୧ ପ୍ରତିଶତରୁ କମ୍ ଲୋକ ଡାକ/ପୋଷ୍ଟାଲ ବାଲାଟ୍ ମାଧ୍ୟମରେ ଭୋଟ୍ ଦେଇଥିଲେ।
ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆମେରିକାରେ ଭୋଟର ପରିଚୟପତ୍ର ନିୟମକୁ କଡ଼ାକଡ଼ି କରିବା ଉପରେ ଗୁରୁତ୍ବ
