ପୁରୀ-ଓଡିଶା ସରକାରଙ୍କ ଯୁବ ଓ କ୍ରୀଡା ବିଭାଗ ଖୋ ଖୋ ଫେଡେରେସନ ଅଫ ଇଣ୍ଡିଆ ,ଓଡିଶା ଖୋ ଖୋ ଆସୋସିଏସନ ପୁରୀଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଶନିବାର ତାଳବଣିଆ ଇଣ୍ଡୋର ଷ୍ଟାଡିୟମ ସ୍ଥିତ ସ୍ପୋର୍ଟ୍ସ କମ୍ପ୍ଲେକ୍ସ ଖୋ ଖୋ ଏକାଡେମୀ ହଲ ଠାରେ ୫୬ତମ ବରିଷ୍ଠ ଓଡିଶା
ରାଜ୍ଯସ୍ତରୀୟ ପୁରୁଷ ଓ ମହିଳା ୨୦୨୬-୨୭ ଖୋ ଖୋ ଚମ୍ପିୟନସିପ ଉଦଯାପିତ ହୋଇଯାଇଛି । ଫାଇନାଲ ମ୍ଯାଚ ପୁରୁଷରେ ପୁରୀ ୩୩ ପଏଣ୍ଟ ପାଇ ଚମ୍ପିୟନ ହୋଇଥିବା ବେଳେ ଷ୍ଟେଟ ସ୍ପୋର୍ଟ୍ସ ହଷ୍ଟେଲ ପୁରୀ ୩୨ ପଏଣ୍ଟ ପାଇ ରନର୍ସ ଅଫ ହୋଇଥିଲା । ଏଥିରେ ମୁଖ୍ଯ ଅତିଥି ଭାବେ ପୁରୀର ପୂର୍ବତନ ବିଧାୟକ ଜୟନ୍ତ କୁମାର ଷଡଙ୍ଗୀ ଯୋଗଦେଇ କହିଲେ ଖୋ ଖୋ ଖେଳାଳି ମାନଙ୍କ ପବିତ୍ର ମାଟି ଶ୍ରୀଜଗନ୍ନାଥଙ୍କ ଧାମରେ ପାଦ ପଡିଛି ସେମାନେ ନିଶ୍ଚିତ ଭାରତର ଏକନମ୍ବର ସ୍ଥାନରେ ପହଞ୍ଚି ପାରିବେ । ରାଜ୍ୟ ସରକାରଙ୍କ ଉଦ୍ୟମ ପିଲାମାନଙ୍କ ଖେଳ ପ୍ରତିଭାର ବିକାଶ ଓ ସେମାନେ ଜାତୀୟସ୍ତରରେ ନାମ ରଖିବେ । ଖେଳାଳୀମାନଙ୍କୁ ଅଭିନନ୍ଦନ ଓ ଶୁଭକାମନା ଜଣାଇବା ସହ ମ୍ଯାନେଜର, ଅଫିସର ଓ କୋଚ ମାନଙ୍କୁ ପ୍ରଶଂସା କରିଥିଲେ । ସମ୍ମାନିତ ଅତିଥି ଭାବେ ଭାରତ ଖୋ ଖୋ ଫେଡେରେସନ ଉପସଭାପତି ତଥା ଓଡିଶା ଖୋ ଖୋ ଆସୋସିଏସନ ସମ୍ପାଦକ ପ୍ରଦ୍ୟୁମ୍ନ ମିଶ୍ର କହିଲେ ଖୋ ଖୋ ଖେଳାଳି ମାନେ ଭଲ ପରଫମାନସ କରିବା ସହ ସ୍ବର୍ଣ୍ଣ ପଦକ ଆଣି ଦେଶକୁ ଗୌରାବନ୍ବିତ କରିବାକୁ ପରାମର୍ଶ ଦେଇଥିଲେ । ଫାଇନାଲ ମ୍ୟାଚ ସଂଘର୍ଷପୂର୍ଣ୍ଣ ହୋଇଥିବା ବେଳେ ପିଲାମାନଙ୍କ ଉଦ୍ଯମ ଓ ସାହାସ ଓ କ୍ରୀଡା କୌଶଳ ବେଶ ଚିତାକର୍ଷକ ହୋଇଥିଲା । ଆଗକୁ ବଢି ଦେଶର ନାମ ରଖିବାକୁ ପରାମର୍ଶ ଦେଇଥିଲେ । ଟେକ୍ନିକାଲ ଅଫିସର, କୋଚ, ଶାରୀରିକ ଶିକ୍ଷକ ମାନଙ୍କ ପରିଶ୍ରମ ଓ ପ୍ରଶିକ୍ଷଣ ଦେଇଥିବା ସହ ଖେଳାଳୀମାନଙ୍କ ପ୍ରତିଭା ବିକାଶର ଭବିଷ୍ୟତ ନିଶ୍ଚିତ ଉଜ୍ଜଳମୟ ହେବ ବୋଲି ଶ୍ରୀ ମିଶ୍ର ମତବ୍ୟକ୍ତ କରିଥିଲେ । ଜିଲ୍ଲାକ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ,ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସ ମହାପାତ୍ର, ଏସସିଏସ କଲେଜ ଅଧ୍ୟାପକ ଶିବପ୍ରସାଦ ପଟ୍ଟନାୟକ, ଶିକ୍ଷକ ତଥା ନିର୍ଦ୍ଦେଶକ ପ୍ରଦୀପ କୁମାର ପ୍ରଧାନ ,ଏଚପିସି ର ମୁଖ୍ଯ କୋଚ ସଞ୍ଜୀବ ଶର୍ମା , ଓଡିଶା ଖୋ ଖୋ ସଂଘ କୋଷାଧ୍ୟକ୍ଷ ତଥା କୋଚ ଚୌଧୁରୀ ପାର୍ଥ ସାରଥୀ ମହାପାତ୍ର ପ୍ରମୁଖ ଯୋଗଦେଇ ଖେଳାଳୀମାନଙ୍କୁ ଉତ୍ସାହିତ କରିବା ସହ ସେମାନଙ୍କ ଉଦ୍ଯମ ଓ ସଂଘର୍ଷପୂର୍ଣ୍ଣ ଖେଳ ପ୍ରଦର୍ଶନକୁ ପ୍ରଶଂସା କରିଥିଲେ । ଅତିଥିମାନଙ୍କୁ ପୁଷ୍ପଗୁଚ୍ଛ ଦେଇ ଉପଢୌକନ ପ୍ରଦାନ ସହ ସମ୍ମାନିତ କରାଯାଇଥିଲା । ପୁରୀ ୩୩ ପଏଣ୍ଟ ପାଇ ଚମ୍ପିୟନ ହୋଇ ଟ୍ରଫି ହାସଲ କରିଥିବା ବେଳେ ଷ୍ଟେଟ ସ୍ପୋର୍ଟ୍ସ ହଷ୍ଟେଲ ୩୨ ପଏଣ୍ଟ ପାଇ ରନର୍ସ ଅଫ ଟ୍ରଫି ଅତିଥିମାନଙ୍କ ଦ୍ବାର ପ୍ରଦାନ କରାଯାଇଥିଲା । ଥାର୍ଡ ପ୍ଲେସ ତୃତୀୟ ଜଗତସିଂହପୁର ଟ୍ରଫି ହାସଲ କରିଥିବା ବେଳେ ମୟୁରଭଞ୍ଜ ଯୁଗ୍ମ ତୃତୀୟ ଟ୍ରଫି ହାସଲ କରିଥିଲେ । ବେଷ୍ଟ ଅଲରାଉଣ୍ଡ ପୁରୀର ଭରତ ପ୍ରଧାନ, ବେଷ୍ଟ ଡିଫେଣ୍ଡର ଷ୍ଟେଟ ସ୍ପୋର୍ଟ୍ସ ହଷ୍ଟେଲ ସୁକ୍ରା ମୁଦୁଲି ବେଷ୍ଟ ଆଟାକର ପୁରୀ ର ଶିବ ଗୁଣ୍ଠା,ବେଷ୍ଟ ଡିସିପ୍ଲିନ୍ ଗଜପତି, ବେଷ୍ଟ ଅନକମିଙ୍ଗ ପ୍ଲେୟାର କୋରାପୁଟ ଦୁର୍ଯ୍ୟୋଧନ ସାମଲ, କନ୍ଧମାଳ ର ସିଦ୍ଧାନ୍ତ ମଲ୍ଲିକ, ସ୍ବର୍ଣ୍ଣପୁର ର ବାପୁନ ବିସି, ଭୁବନେଶ୍ୱର ର ଅଙ୍କିତ ଓ ରାୟଗଡା ର ମୁନା କୁଲସ୍ରିକା ଙ୍କୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ ଓ ଟ୍ରଫି ପ୍ରଦାନ କରାଯାଇଥିଲା । ସେହିପରି ଟେକ୍ନିକାଲ ଅଫିସର ୪୩ ଜଣ ଭଲେଣ୍ଟିୟର ୧୦ ଜଣକୁ ଅତିଥିମାନଙ୍କ ଦ୍ବାରା ପୁରସ୍କୃତ କରିବା ସମ୍ମାନିତ କରାଯାଇଥିଲା । ରାଜ୍ୟର ୨୧ଟି ଜିଲ୍ଲାରୁ ୩୧୫ ମହିଳା ଖେଳାଳି ମାନେ ଅଂଶଗ୍ରହଣ କରିଥିଲେ । ଫାଇନାଲ ମ୍ଯାଚରେ ପୁରୀ ଓ ଷ୍ଟେଟ ସ୍ପୋର୍ଟ୍ସ ହଷ୍ଟେଲ ମଧ୍ଯରେ କଡା ଟକ୍କର ସହ ସଂଘର୍ଷ ପୂର୍ଣ୍ଣ ଚିତାକର୍ଷକ ଖେଳ ପ୍ରଦର୍ଶନ ଦେଖି ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ କ୍ରୀଡାବିତ,ଖେଳପ୍ରେମୀ ଓ ଅତିଥିମାନେ । ଖୋ ଖୋ ସ୍ଲୋଗାନ ସହ ଖେଳାଳୀମାନଙ୍କ କରତାଳିରେ ପ୍ରକମ୍ପିତ ହୋଇଥିଲା ଖୋ ଖୋ ଏକାଡେମୀ ହଲ ପରିସର । ଏଥିରେ କ୍ରୀଡା ଶିକ୍ଷକ ସୂର୍ଯ୍ୟ ନାରାୟଣ ଜେନା, ଏଚପିସି ମ୍ଯାନେଜର ବାପି ରାୟ,ଖୋ ଖୋ ଆସୋସିଏସନ ଏଜକ୍ଯୁଟିଭି ସଦସ୍ଯ ଭୂବନ ମୋହନ ଦାସ ,ରେଫରୀ ଦେବେଶ ଅଧିକାରୀ, ଅନ୍ନପୂର୍ଣ୍ଣା ରାଉତ,ଅମ୍ପାୟାର ପ୍ରମୋଦ ନନ୍ଦ, ସୁଶାନ୍ତ ସାହାଣୀ, ବିଷ୍ଣୁ ପ୍ରସାଦ ପ୍ରଧାନ, ଚିନ୍ତାମଣି ପ୍ରଧାନ, ପୋଷ୍ଟ ଅମ୍ପାୟାର ସରିତା ବିଶ୍ବାଳ, ଶ୍ରଦ୍ଧାମଣୀ ରାଉତ, ସ୍କୋରର କୁନୁମୁନ ବେହେରା, ଆସିଷ୍ଟାଣ୍ଡ ସ୍କୋରର ଶକ୍ତିନାଥ ପ୍ରଧାନ,ଟାଇମ କିପର ପୂର୍ଣ୍ଣଚନ୍ଦ୍ର ରାଉତ, ଦ୍ବିତୀୟ ଟାଇମ କିପର ଅଭିଜିତ ଦାସ, ଡାଗ ଆଲଟ ଅଫିସର ମାଳତୀ ନାୟକ, ନିବେଦିତା ଯୋଯୋ ,ସୁଶାନ୍ତ ଦାସ, ରବିନାରାୟଣ ପ୍ରଧାନ, କୃପାସିନ୍ଧୁ ପ୍ରଧାନ, ପ୍ରକାଶ ବେଜ,ଚିନ୍ମୟ ରାଉତ, ଧର୍ମେନ୍ଦ୍ର ପଣ୍ଡା, ଶାନ୍ତିଲତା ପ୍ରଧାନ, ଦେବଦତ୍ତ ମିଶ୍ର, ଚିତରଞ୍ଜନ ବେହରା,ଆକାଶ ରଣା ଓ ଟେକ୍ନିକାଲ ଅଫିସର, ମ୍ଯାନେଜର, ସହାୟକ କର୍ମଚାରୀ ଓ ଭଲେଣ୍ଟିୟର ମାନେ ଉପସ୍ଥିତ ରହି ଖେଳକୁ ପରିଚାଳନା କରିଥିଲେ । ୧୩ ତାରିଖରୁ ଆରମ୍ଭ ହୋଇ ୧୭ ତାରିଖରେ ଉଦଯାପିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଖେଳାଳୀମାନଙ୍କ ପାଇଁ ସମସ୍ତ ସୁବିଧା ସୁଯୋଗର ବନ୍ଦବୋସ୍ତ କରାଯାଇଥିଲା । ଖେଳାଳୀମାନେ ଜଗନ୍ନାଥ ଧାମରୁ ସୁଖଦ ଅନୁଭୂତି ନେଇ ଘରକୁ ଫେରିଛନ୍ତି ।
୫୬ତମ ବରିଷ୍ଠ ଓଡ଼ିଶା ରାଜ୍ୟସ୍ତରୀୟ ପୁରୁଷ ଓ ମହିଳା ୨୦୨୬-୨୭ ଖୋ ଖୋ ଚମ୍ପିୟନସିପ ଉଦଯାପିତ
