ଅଷ୍ଟ୍ରେଲିଆ ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ ଚମ୍ପିଆନ୍‌

ଲର୍ଡସ : ଅଷ୍ଟ୍ରେଲିଆ ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ରେ ଚମ୍ପିଆନ୍‌ ଆଖ୍ୟା ଅର୍ଜନ କରିଛି। ମହିଳା ଟ୍ବେଣ୍ଟି୨୦ ବିଶ୍ବକପ୍‌ର ୧୦ମ ସଂସ୍କରଣରୁ ଅଷ୍ଟ୍ରେଲିଆ ସର୍ବାଧିକ ୭ମ ଥର ବିଶ୍ବ ଚମ୍ପିଆନ୍‌ ହୋଇଛି। ରବିବାର ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌ରେ ଇଂଲଣ୍ଡକୁ ସହଜରେ ୭ ୱିକେଟ୍‌ରେ ଅଷ୍ଟ୍ରେଲିଆ ପରାସ୍ତ କରିଛି। ନାଟ୍‌ ସ୍କିଭର-ବ୍ରଣ୍ଟ୍‌ଙ୍କ ଅପରାଜିତ ଅର୍ଦ୍ଧଶତକ ବଳରେ ପ୍ରଥମେ ବ୍ୟାଟିଂକରି ଇଂଲଣ୍ଡ ୪ ୱିକେଟ୍‌ରେ ୧୫୦ ରନ୍‌ କରିଥିଲା। ପରେ ବେଥ୍‌ ମୁନିଙ୍କ ଅର୍ଦ୍ଧଶତକ ଓ ଫିବି ଲିଚ୍‌ଫିଲ୍‌ଡଙ୍କ ୪୮ ରନ୍‌ ବଳରେ ୧୭ଟି ବଲ୍‌ ବାକିଥାଇ ୩ ୱିକେଟ୍‌ ହରାଇ ଅଷ୍ଟ୍ରେଲିଆ ଜିତି ପାରିଥିଲା। ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ମଧ୍ୟରେ ୪ ଥର ଫାଇନାଲ ମ୍ୟାଚ୍‌ ଖେଳା ଯାଇଥିବା ବେଳେ ସମସ୍ତ ଥର ଅଷ୍ଟ୍ରେଲିଆ ଜିତିପାରିଛି। ଇଂଲଣ୍ଡ ଆୟୋଜନ କରିଥିବା ଟି୨୦ ବିଶ୍ବକପ୍‌ର ଫାଇନାଲରେ ପ୍ରଥମଥର ପରାସ୍ତ ହୋଇଛି। ପୂର୍ବ ଚମ୍ପିଆନ୍‌ ଇଂଲଣ୍ଡ ୮ ବର୍ଷ ପରେ ଫାଇନାଲ ଖେଳି ନିରାଶ ହୋଇଛି।

Leave a Reply

Your email address will not be published. Required fields are marked *