ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ-୨୦୨୬ : ପ୍ରି କ୍ବାର୍ଟରରେ ପେଗୁଲା, ଓସାକା

ଲଣ୍ଡନ:ଗ୍ରାଣ୍ଡସ୍ଲାମ ଟେନିସ ଟୁର୍ଣ୍ଣାମେଣ୍ଟ ୱିମ୍ବଲଡନ-୨୦୨୬ର ମହିଳା ଏକକ ପ୍ରି କ୍ବାର୍ଟର ଫାଇନାଲରେ ଆମେରିକାର ଜେସିକା ପେଗୁଲା, ଜାପାନର ନାଓମି ଓସାକା ପ୍ରବେଶ କରିଛନ୍ତି।ଶୁକ୍ରବାର ମହିଳା ଏକକ ତୃତୀୟ ରାଉଣ୍ଡ ମ୍ୟାଚରେ ୩ୟ ମାନ୍ୟତାପ୍ରାପ୍ତ ପେଗୁଲା ୬-୧ ଓ ୬-୩ରେ ସ୍ପେନର ଜେସିକା ବୈଜେସ ମାନିରୋଙ୍କୁ ପରାସ୍ତ କରିଛନ୍ତି। ଅନ୍ୟ ଏକ ତୃତୀୟ ରାଉଣ୍ଡ ମ୍ୟାଚରେ ସ୍ବିଜରଲାଣ୍ଡର ବେଲିଣ୍ଡା ବେନ୍‌ସିସ୍‌ ୬-୪, ୪-୬ ଓ ୭-୬ରେ ରୁଷର ଆନା କାଲିନସ୍କାୟାଙ୍କୁ ପରାସ୍ତ କରି ପ୍ରି କ୍ବାର୍ଟର ଫାଇନାଲରେ ପହଞ୍ଚିଛନ୍ତି। ଜାପାନର ୧୪ତମ ମାନ୍ୟତାପ୍ରାପ୍ତ ନାଓମି ଓସାକା ୬-୧ ଓ ୬-୩ରେ ରୁଷର ଡାରିଆ କାସାଟିକିନାଙ୍କୁ ପରାସ୍ତ କରି ପ୍ରି କ୍ବାର୍ଟର ଫାଇନାଲରେ ପହଞ୍ଚିଛନ୍ତି। ଆମେରିକାର ଇଭା ଜୋଭିକ୍‌ ୬-୩,୩-୬ ଓ ୬-୪ରେ ରୁଷର ଏକ୍ତାରିତା ଆଲେଜକାଣ୍ଡ୍ରୋଭାଙ୍କୁ ପରାସ୍ତ କରି ପ୍ରି କ୍ବାର୍ଟରରେ ପହଞ୍ଚିଛନ୍ତି। ପୁରୁଷ ଏକକ ତୃତୀୟ ରାଉଣ୍ଡ ମ୍ୟାଚରେ ସର୍ବିଆର ସପ୍ତମ ସିଡ୍‌ ନୋଭାକ ଜୋକୋଭିକ୍‌ ୭-୫, ୬-୪, ୧-୬, ୭-୬ରେ ରେ ଫ୍ରାନ୍‌ସର ଅଥୁର ରିିଣ୍ଡରକେଚଙ୍କୁ ଓ ଟପ୍‌ ସିଡ୍‌ ଇଟାଲିର ୟାନିକ ସିନର ୬-୪, ୬-୩ ଓ ୬-୪ରେ ଆମେରିକାର ଜନସନ ବ୍ରୁକ୍‌ସବେଙ୍କୁ ପରାସ୍ତ କରି ପ୍ରି କ୍ବାର୍ଟର ଫାଇନାଲରେ ପହଞ୍ଚିଛନ୍ତି।

Leave a Reply

Your email address will not be published. Required fields are marked *