ନଟିଂହାମ୍: କ୍ରିକେଟ୍ ଦୁନିଆର ଅନ୍ୟତମ ଶ୍ରେଷ୍ଠ ଅଲ୍ରାଉଣ୍ଡର ତଥା ଇଂଲଣ୍ଡ ଟେଷ୍ଟ କ୍ରିକେଟ୍ ଦଳର ଅଧିନାୟକ ବେନ୍ ଷ୍ଟୋକ୍ସ ଆନ୍ତର୍ଜାତିକ କ୍ରିକେଟ୍ରୁ ଅବସର ନେବାକୁ ଘୋଷଣା କରିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଚାଲିଥିବା ୩ୟ ତଥା ଅନ୍ତିମ ଟେଷ୍ଟମ୍ୟାଚ୍ ପରେ ଷ୍ଟୋକ୍ସ ଆନ୍ତର୍ଜାତିକ କ୍ରିକେଟ୍ ଦୁନିଆରୁ ଅପସରି ଯିବେ ବୋଲି ରବିବାର ମ୍ୟାଚ୍ର ଚତୁର୍ଥ ଦିନରେ ଷ୍ଟୋକ୍ସ ଇସିବି ଓ ଦଳର ଖେଳାଳିଙ୍କୁ ଜଣାଇ ଦେଇଛନ୍ତି। ଏହାର ଅର୍ଥ ହେଉଛି ସୋମବାର ଟେଷ୍ଟର ୫ମ ତଥା ଅନ୍ତିମ ଦିନରେ ବେନ୍ ଷ୍ଟୋକ୍ସ ଅନ୍ତିମ ଥର ପାଇଁ ଇଂଲଣ୍ଡ କ୍ରିକେଟ୍ ଦଳର ଜର୍ସି ପିନ୍ଧିବେ। ଷ୍ଟୋକ୍ସଙ୍କ ୧୫ ବର୍ଷର ଆନ୍ତର୍ଜାତିକ କ୍ରିକେଟ୍ ଜୀବନର ଅନ୍ତଃ ଘଟିବ।
କ୍ରିକେଟ୍ ଦୁନିଆରୁ ଅବସରନେଲେ ଇଂଲଣ୍ଡ ଟେଷ୍ଟ କ୍ରିକେଟ୍ ଦଳର ଅଧିନାୟକ ବେନ୍ ଷ୍ଟୋକ୍ସ
