ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୮ ଛାତ୍ରଙ୍କ ଜୀବନ

ନୂଆଦିଲ୍ଲୀ : ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ଚାଲିଗଲା ୮ ଛାତ୍ରଙ୍କ ଜୀବନ। ଶୁକ୍ରବାର ରାତି ପ୍ରାୟ ୧୧:୪୦ ସମୟରେ କାଇପାମଙ୍ଗଲମର ପାନାମ୍ବିକକୁନୁରେ ଏହି ଦୁର୍ଘଟଣା ଘଟିଛି। ଗୁରୁଭାୟୁରରୁ କୋଡୁଙ୍ଗାଲୁର ଯାଉଥିବା ଛାତ୍ରମାନେ ରାସ୍ତାକଡ଼ରେ ବେଆଇନ ଭାବରେ ପାର୍କିଂ ହୋଇଥିବା ଏକ ମହାରାଷ୍ଟ୍ର-ପଞ୍ଜିକୃତ ଲରି ପଛରେ ଦ୍ରୁତ ଗତିରେ ଧକ୍କା ଦେଇଥିଲେ।

ଘଟଣା ଏତେ ତୀବ୍ର ଥିଲା ଯେ ୬ ଜଣ ଛାତ୍ରଙ୍କର ଘଟଣାସ୍ଥଳେ ମୃତ୍ୟୁ ହୋଇଥିଲା, ଅନ୍ୟ ଦୁଇଜଣଙ୍କୁ ଡାକ୍ତରଖାନାରେ ଡାକ୍ତର ମୃତ ଘୋଷଣା କରିଥିଲେ। ଅନେକ ପ୍ରୟାସ ପରେ ସ୍ଥାନୀୟ ବାସିନ୍ଦା, ପୁଲିସ ଏବଂ ଅଗ୍ନିଶମ କର୍ମଚାରୀମାନେ କ୍ଷତିଗ୍ରସ୍ତ କାରରୁ ମୃତଦେହ ବାହାର କରି ତ୍ରିସୁର ମେଡିକାଲ କଲେଜ ମର୍ଗକୁ ପଠାଇଥିଲେ।

Leave a Reply

Your email address will not be published. Required fields are marked *