ରାୟଗଡ଼ା : ସମ୍ୱଲପୁରରୁ ବିଶାଖପାଟଣା ଯାଉଥିବା ଏକ ଭୋବୋ ବସ୍ ଭୋର୍ ପ୍ରାୟ ୪ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି। ବସଟି ରାୟଗଡ଼ା ସହର ଠାରୁ ଆନ୍ଧ୍ର ଯିବା ରାସ୍ତାରେ ପ୍ରତାପୁର ଛକ ତ୍ରପେଲ ରାଓ ଘାଟିରେ ଆଳୁ ବୋଝେଇ ଟ୍ରକ ସହିତ ମୁହାଁମୁହିଁ ଧକ୍କା ହୋଇଛି। ଏଥିରେ ଅନେକ ଯାତ୍ରୀ ଆହତ ହେବା ସହ ଜଣେ ଯାତ୍ରୀଙ୍କ ଦାନ୍ତ ଭାଙ୍ଗିଛି। ସମସ୍ତ ଆହତଙ୍କୁ ଚିକିତ୍ସା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଦୁର୍ଘଟଣା ପରେ ଯାତ୍ରୀଙ୍କୁ ଅନ୍ୟ ଗାଡି ନମିଳିବାରୁ ସେମାନେ ଗନ୍ତବ୍ୟସ୍ଥଳରେ ପହଞ୍ଚିବାକୁ ଅନେକ ସମସ୍ୟାର ସମ୍ମୁଖୀନ ହୋଇଥିଲେ।
ଯାତ୍ରୀବାହୀ ବସ୍-ଆଳୁ ବୋଝେଇ ଗାଡି ମୁହାଁମୁହିଁ ଧକ୍କା , ଅନେକ ଯାତ୍ରୀ ଆହତ
