ଇଂଲଣ୍ଡ ବିପକ୍ଷ ଟେଷ୍ଟରୁ ଭାରତୀୟ ଓପନରପ୍ରତୀକା ବାଦ୍‌

ନୂଆଦିଲ୍ଲୀ: ଭାରତ ଓ ଇଂଲଣ୍ଡ ମହିଳା ଦଳ ମଧ୍ୟରେ ଏକମାତ୍ର ଟେଷ୍ଟ ମ୍ୟାଚ ଐତିହାସିକ ଗ୍ରାଉଣ୍ଡ ଲଡ୍‌ସରେ ଚଳିତ ଜୁଲାଇ ୧୦ରୁ ୧୩ ପର୍ଯ୍ୟନ୍ତ ଖେଳାଯିବ। ଉକ୍ତ ଟେଷ୍ଟ ମ୍ୟାଚରୁ ଭାରତୀୟ ଓପନର ପ୍ରତୀକା ରାୱଲ ବାଦ୍‌ ପଡ଼ିଛନ୍ତି। ଆହତ କାରଣରୁ ପ୍ରତୀକା ବାଦ୍‌ ପଡ଼ିଛନ୍ତି। ତାଙ୍କ ସ୍ଥାନରେ ପ୍ରିୟା ପୁ୍ନିଆଙ୍କୁ ସାମିଲ କରାଯାଇଛି। ଏ ନେଇ ବୁଧବାର ଭାରତୀୟ ମହିଳା କ୍ରିକେଟ ଦଳର ମୁଖ୍ୟ ପ୍ରଶିକ୍ଷକ ଅମୋଲ ମଜୁମଦାର ସ୍ପଷ୍ଟ କରିଛନ୍ତି। ପ୍ରତୀକା ମହିଳା ଟ୍ବେଣ୍ଟି୨୦ ବିଶ୍ବକପ ଲାଗି ଭାରତୀୟ ଦଳରେ ସାମିଲ ନଥିଲେ। ଆହତ ସତ୍ତ୍ବେ ଇଂଲଣ୍ଡ ବିପକ୍ଷ ଟେଷ୍ଟ ଲାଗି ଦଳରେ ସ୍ଥାନ ପାଇଥିଲେ। ସୁସ୍ଥ ନହେବାରୁ ତାଙ୍କୁ ଶେଷରେ ବାଦ୍‌ ଦିଆଯାଇଛି। ପ୍ରିୟା ପୁନିଆ ଇଂଲଣ୍ଡ ‘ଏ ’ବିପକ୍ଷ ଦିନିକିଆ ଶୃଙ୍ଖଳା ଲାଗି ଭାରତ ‘ଏ ’ ଦଳ ପକ୍ଷରୁ ଖେଳି ଗୋଟିଏ ଅର୍ଦ୍ଧଶତକ ହାସଲ କରିଥିଲେ।

Leave a Reply

Your email address will not be published. Required fields are marked *