ବିରୂପା ନଦୀକୁ ଡେଇଁଲେ ଦମ୍ପତ୍ତି, ସ୍ତ୍ରୀ ଉଦ୍ଧାର, ସ୍ବାମୀ ନିଖୋଜ

ବରୀ : ): ବିରୂପା ନଦୀର ବାଲିକୁଦା ସେତୁ ଉପରୁ ଜଣେ ଦମ୍ପତ୍ତି ଡେଇଁ ପଡିଛନ୍ତି। ସ୍ଥାନୀୟ ଲୋକମାନେ ଉଭୟଙ୍କୁ ଉଦ୍ଧାର କରିବା ପାଇଁ ଚେଷ୍ଟା କରି ବିଫଳ ହେବା ପରେ ବରୀ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ। ଖବର ପାଇ ବରୀ ଅଗ୍ନିଶମ ବାହିନୀ ଖୋଜାଖୋଜି କରିବା ପରେ ବରୀ ବ୍ଲକ ଅଧିନସ୍ଥ ନୀଳାପଦା ଗ୍ରାମର ବାଲିଘାଟ ନିକଟରୁ ସ୍ତ୍ରୀ ଲୋକ ଜଣଙ୍କୁ ଉଦ୍ଧାର କରି ଇନ୍ଦୁପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ନେଇଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ଥିବାରୁ ଅଧିକ ଚିକିତ୍ସା ନିମନ୍ତେ କେନ୍ଦ୍ରାପଡ଼ା ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଦିଆଯାଇଛି।
ସୂଚନା ମୁତାବକ, ନଦୀ ଗର୍ଭକୁ ଡେଇଁ ପଡ଼ିଥିବା ବ୍ୟକ୍ତିଙ୍କ ନାମ ସୁଧାକର ଓଝା ହୋଇଥିବା ବେଳେ ଉଦ୍ଧାର ହୋଇଥିବା ମହିଳାଙ୍କ ନାମ ତିଲୋତମା ଓଝା ବୋଲି ଜଣାପଡିଛି। ନିଖୋଜ ଥିବା ସୁଧାକରଙ୍କୁ ଉଦ୍ଧାର କରିବା ପାଇଁ ବରୀ ଅଗ୍ନିଶମ ବାହିନୀ ତରଫରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଆତ୍ମହତ୍ୟା ଉଦ୍ୟମର କାରଣ ଅସ୍ପଷ୍ଟ ରହିଛି।

Leave a Reply

Your email address will not be published. Required fields are marked *