ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ପକ୍ଷରେ ଏକ ବଡ଼ କୂଟନୈତିକ ସଫଳତା : ବ୍ରିକ୍ସ ସମ୍ମିଳନୀରେ କଡ଼ା ନିନ୍ଦା

ନୂଆଦିଲ୍ଲୀ: ପହଲଗାମ ଆତଙ୍କବାଦୀ ଆକ୍ରମଣକୁ ନେଇ ଭାରତ ପକ୍ଷରେ ଏକ ବଡ଼ କୂଟନୈତିକ ସଫଳତା ସାମ୍ନାକୁ ଆସିଛି। ବ୍ରିକ୍ସ ଘୋଷଣାପତ୍ରରେ ଜମ୍ମୁ-କାଶ୍ମୀରର ପହଲଗାମରେ ୨୦୨୫ ଏପ୍ରିଲ ୨୨ରେ ଘଟିଥିବା ଭୟାବହ ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ଭାବେ ନିନ୍ଦା କରାଯାଇଛି। ଏଥିସହିତ ସୀମାପାର ଆତଙ୍କବାଦ ଏବଂ ଆତଙ୍କବାଦକୁ ସମର୍ଥନ କରୁଥିବା ବ୍ୟବସ୍ଥା ବିରୋଧରେ ‘ଶୂନ୍ୟ ସହନଶୀଳତା’ ନୀତି ଆପଣାଇବାକୁ ଜୋର ଦିଆଯାଇଛି।

ବ୍ରିକ୍ସ ଘୋଷଣାପତ୍ରର ସୁରକ୍ଷା ସମ୍ପର୍କିତ ଅଂଶରେ ପହଲଗାମ ଆକ୍ରମଣକୁ ବିଶେଷ ଭାବେ ଉଲ୍ଲେଖ କରାଯାଇଛି। ଏହି ଆକ୍ରମଣରେ ୨୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଅନେକ ଲୋକ ଆହତ ହୋଇଥିଲେ। ନିରୀହ ଲୋକଙ୍କ ଉପରେ ହୋଇଥିବା ଏହି ଆକ୍ରମଣକୁ ନେଇ ବ୍ରିକ୍ସ ଦେଶଗୁଡ଼ିକ ଦୃଢ଼ ଭାବେ ନିନ୍ଦା ଜଣାଇଛନ୍ତି।ଘୋଷଣାପତ୍ରରେ ସ୍ପଷ୍ଟ କରାଯାଇଛି ଯେ ଆତଙ୍କବାଦକୁ କୌଣସି ପରିସ୍ଥିତିରେ ଯଥାର୍ଥତା ଦିଆଯାଇପାରିବ ନାହିଁ। ଆତଙ୍କବାଦୀ କାର୍ଯ୍ୟ ପଛରେ କେଉଁ ପ୍ରେରଣା ରହିଛି, କେଉଁଠାରେ କିମ୍ବା କେବେ ଏହା ଘଟିଛି, କିମ୍ବା କିଏ ଏହା କରିଛି—ସେସବୁ ଯାହା ହେଉନା କାହିଁକି, ଆତଙ୍କବାଦ ଅପରାଧ ହିଁ ବୋଲି ବ୍ରିକ୍ସ  ନେତାମାନେ ମତ ଦେଇଛନ୍ତି।

Leave a Reply

Your email address will not be published. Required fields are marked *