ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ବଢ଼ିଲା ଅଡୁଆ, ସରକାରୀ ବାସଭବନରୁ ବିପୁଳ ପରିମାଣର ଟଙ୍କା ଜବତ

ନୂଆଦିଲ୍ଲୀ: ଦିଲ୍ଲୀ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ ଯଶୱନ୍ତ ବର୍ମାଙ୍କ ବଢ଼ିଲା ଅଡୁଆ। ତାଙ୍କ ସରକାରୀ ବାସଭବନରୁ ବିପୁଳ ପରିମାଣର ଟଙ୍କା ଜବତ ହେବା ଘଟଣାର ତଦନ୍ତ କରିଥିବା କମିଟି ତାଙ୍କୁ ଦୋଷୀ ଦର୍ଶାଇଥିବା ସୂଚନା ମିଳିଛି।ଲୋକସଭା ବାଚସ୍ପତି ଓମ୍‌ ବିର୍ଲାଙ୍କ ଦ୍ୱାରା ଗଠିତ ତଦନ୍ତକାରୀ କମିଟି ଆଗରେ ଜଷ୍ଟିସ ବର୍ମା ନିଜ ପକ୍ଷରେ ଯଥେଷ୍ଟ ତଥ୍ୟ ଓ ପ୍ରମାଣ ରଖିପାରିନଥିବା ଜଣାପଡ଼ିଛି। ଫଳରେ କମିଟି ତାଙ୍କ ବିରୋଧରେ ଅଭିଯୋଗକୁ ଗୁରୁତ୍ୱ ଦେଇ ତାଙ୍କୁ ଦୋଷୀ ଦର୍ଶାଇଥିବା ନେଇ ଚର୍ଚ୍ଚା ହେଉଛି।

ସୂଚନା ଅନୁସାରେ, ୨୦୨୫ ମାର୍ଚ୍ଚ ୧୪ ତାରିଖରେ ଜଷ୍ଟିସ ବର୍ମାଙ୍କ ସରକାରୀ ବାସଭବନରେ ନିଆଁ ଲାଗିଥିଲା। ନିଆଁ ଲିଭାଇବା ପାଇଁ ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚିଥିଲା। ନିଆଁ ଲିଭାଇବା ସମୟରେ ବାସଭବନର ଏକ ସ୍ଥାନରୁ ବିପୁଳ ପରିମାଣର ପୋଡ଼ା ଟଙ୍କା ଠାବ ହୋଇଥିଲା। ଏହା ପରେ ଘଟଣାକୁ ନେଇ ବିଭିନ୍ନମହଲରେ ତୀବ୍ର ଆଲୋଡ଼ନ ସୃଷ୍ଟି ହୋଇଥିଲା। ଘଟଣାର ତଦନ୍ତ ପାଇଁ ଗଠିତ କମିଟି ବିଭିନ୍ନ ପକ୍ଷର ମତାମତ ଓ ତଥ୍ୟ ଯାଞ୍ଚ କରିଛି।

Leave a Reply

Your email address will not be published. Required fields are marked *