ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା ବୃଦ୍ଧି ବିଲ୍‌ ଲୋକସଭାରେ ପାରିତ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ (ବିଚାରପତି ସଂଖ୍ୟା) ସଂଶୋଧନ ବିଲ୍‌ ୨୦୨୬ ସୋମବାର ଲୋକସଭାରେ ଗୃହୀତ ହୋଇଛି। ଏହି ବିଲ୍‌ ଦ୍ବାରା ସୁପ୍ରିମକୋର୍ଟ ବିଚାରପତି ସଂଖ୍ୟା (ପ୍ରଧାନ ବିଚାରପତିଙ୍କୁ ଛାଡି) ୩୩ରୁ ୩୭କୁ ବୃଦ୍ଧି କରାଯିବ। ଏହି ବିଲ୍‌କୁ ଏବେ ରାଜ୍ୟସଭାର ଅନୁମୋଦନ ନିମନ୍ତେ ପଠାଯିବ। ଲୋକସଭାରେ ବିରୋଧୀ ସଦସ୍ୟଙ୍କ ହୋହଲ୍ଲା ଯୋଗୁଁ ବିଲ୍‌ଟି ବିନା କୌଣସି ଆଲୋଚନାରେ ଗୃହୀତ ହୋଇଥିଲା। କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ବିଲ୍‌କୁ ଆଗତ କରିବା ସହିତ ଏହା ଉପରେ ସୂଚନା ପ୍ରଦାନ କରିଥିଲେ। ପରେ ଅନ୍ୟ ସଦସ୍ୟମାନଙ୍କୁ ବିଲ୍‌ ସମ୍ପର୍କରେ କହିବା ଲାଗି ଗୃହର ଅଧ୍ୟକ୍ଷ ସୁଯୋଗ ଦେଇଥିଲେ। ମାତ୍ର ବିରୋଧୀ ସଦସ୍ୟମାନେ​‌ ହୋହଲ୍ଲାରେ ବ୍ୟସ୍ତ ରହିଥିଲେ। ପରେ ବିଲ୍‌ଟି ବାଚନିକ ଭୋଟରେ ଗୃହୀତ ହୋଇଥିଲା। ୨୦୧୯ରେ କେନ୍ଦ୍ର ସରକାର ସୁପ୍ରିମକୋର୍ଟ (ବିଚାରପତି ସଂଖ୍ୟା) ଆଇନରେ ସଂଶୋଧନ କରି ବିଚାରପତି ସଂଖ୍ୟାକୁ ୩୦ରୁ ୩୩କୁ ବୃଦ୍ଧି କରିଥିଲେ।

Leave a Reply

Your email address will not be published. Required fields are marked *