ଅହମଦାବାଦ :ସୁରତରୁ ଅହମଦାବାଦ ଅଣାଯାଇଛି ୩୬ ବର୍ଷୀୟ ଓଡ଼ିଆ ଯୁବକ ମିଥୁନ ସ୍ବାଇଁଙ୍କ ହାର୍ଟ। ମାତ୍ର ଅଢ଼େଇ ଘଣ୍ଟାରେ ସୁରତରୁ ଅହମଦାବାଦ ପହଞ୍ଚିଥିଲା ଜୀବନ୍ତ ହାର୍ଟ। ଗଞ୍ଜାମ ଜିଲ୍ଲା ସିଦ୍ଧପୁର କଲାଖଡ଼ି ଗାଁର ବାସିନ୍ଦା ମିଥୁନ ସ୍ୱାଇଁ ସୁରତର କିମ୍ ଅଞ୍ଚଳର ଏକ ଫ୍ୟାକ୍ଟରୀରେ କାମ କରୁଥିଲେ।ଜୁଲାଇ ୨୮ ତାରିଖରେ ହଠାତ୍ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ବିଗିଡ଼ିଯାଇଥିଲା। ଜୁଲାଇ ୩୦ ତାରିଖରେ ହସ୍ପିଟାଲରେ ତାଙ୍କୁ ‘ବ୍ରେନ୍ ଡେଡ୍’ ଘୋଷଣା କରାଯାଇଥିଲା।
ଇତିହାସ ରଚିଲା ବନ୍ଦେ ଭାରତ ,ସୁରତରୁ ଅହମଦାବାଦ ଆସିଲା ୩୬ ବର୍ଷୀୟ ଓଡ଼ିଆ ଯୁବକ ମିଥୁନ ସ୍ବାଇଁଙ୍କ ହାର୍ଟ
