କଲକାତା : ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଏସଏସସି ନିଯୁକ୍ତି ଦୁର୍ନୀତି ମାମଲାରେ ଏକ ଆଶ୍ଚର୍ଯ୍ୟଜନକ “ରେଟ୍ ଚାର୍ଟ” ଖୋଲିଛି। ପାର୍ଥ ଚାଟାର୍ଜୀ, ଅର୍ପିତା ମୁଖାର୍ଜୀ ଏବଂ ଅନ୍ୟମାନଙ୍କ ବିରୁଦ୍ଧରେ ଦାଖଲ ହୋଇଥିବା ଚାର୍ଜସିଟ୍ ରେ ଗ୍ରୁପ୍ ସି ଏବଂ ଡି ଚାକିରି ପାଇଁ ଦିଆଯାଇଥିବା ଟଙ୍କାର ପରିମାଣ ବିଷୟରେ ବଡ ଖବର ସାମ୍ନାକୁ ଆସିଛି।
ସୋମବାର ଦିନ, ଇଡି ଏସଏସସି ଗ୍ରୁପ୍ ସି ଏବଂ ଗ୍ରୁପ୍ ଡି ନିଯୁକ୍ତି ଦୁର୍ନୀତି ମାମଲାରେ କୋର୍ଟରେ ପ୍ରଥମ ଚାର୍ଜସିଟ୍ ଦାଖଲ କରିଛି। ପାର୍ଥ ଚାଟାର୍ଜୀ, ଅର୍ପିତା ମୁଖାର୍ଜୀ, କୁନ୍ତଲ ଘୋଷ ଏବଂ ପ୍ରସନ୍ନ ରାୟଙ୍କ ବିରୁଦ୍ଧରେ ଚାର୍ଜସିଟ୍ ଦାଖଲ କରାଯାଇଛି। ଚାର୍ଜସିଟ୍ ରେ ଏହି “ରେଟ ଚାର୍ଟ” ବିଷୟରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଉଲ୍ଲେଖ କରିଛି।
