ସୁପ୍ରିମକୋର୍ଟଙ୍କ ଟିପ୍ପଣୀ ; ଲାଭ ପାଇଁ ଘରୋଇ ବିଶ୍ବବିଦ୍ୟାଳୟ ଚାଲିପାରିବନି

ନୂଆଦିଲ୍ଲୀ: ଘରୋଇ ବିଶ୍ବବିଦ୍ୟାଳୟଗୁଡ଼ିକୁ କେବଳ ଲାଭ ପାଇଁ ଚଲା ଯାଇପାରିବ ନାହିଁ। ବ୍ୟବସାୟ ଭଳି ଏହି ସଂସ୍ଥାଙ୍କୁ ଚଲାଇବାକୁ ଅନୁମତି ଦିଆଯିବ ନାହିଁ। ଶିକ୍ଷା ସମ୍ବନ୍ଧିତ ସାର୍ବଜନୀନ ଲକ୍ଷ୍ୟ ହାସଲ କରିବା ଏହାର ଉଦ୍ଦେଶ୍ୟ ହେବା ଉଚିତ ବୋଲି ସୁପ୍ରିମକୋର୍ଟ କହିଛନ୍ତି। ୬ ସପ୍ତାହ ଭିତରେ ବିଶ୍ବବିଦ୍ୟାଳୟ ଗୁଡ଼ିକର ସମୀକ୍ଷା ହୋଇଥିବା ଖାତା ଜମା କରିବାକୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ବିଚାରପତି ଅହସାନୁଦ୍ଦିନ ଅମାନୁଲ୍ଲାହ ଓ ଏନଭି ଅଞ୍ଜାରିଆଙ୍କ ପୀଠ ନିର୍ଦେଶ ଦେଇଛନ୍ତି। ଏହା ସହିତ ଅତିରିକ୍ତ ଆୟ, ବ୍ୟୟ, ଦେୟ ଆଦାୟ ଓ କର୍ମଚାରୀଙ୍କ ଦରମା ବାବଦ ସୂଚନା ମଧ୍ୟ ମାଗିଛନ୍ତି। ଏଭଳି ବିଶ୍ବବିଦ୍ୟାଳୟଗୁଡ଼ିକରେ ନାମଲେଖା, ନିଯୁକ୍ତି ଓ ଶିକ୍ଷାଦାନର ସ୍ତର ସମ୍ବନ୍ଧିତ ସୂଚନା ମଧ୍ୟ ଦେବାକୁ ହେବ। ଏମିଟି ବିଶ୍ବବିଦ୍ୟାଳୟ ସମ୍ବନ୍ଧିତ ମାମଲାର ଶୁଣାଣି କରି କୋର୍ଟ ଏହି ନିର୍ଦେଶ ଦେଇଛନ୍ତି। ଏହି ବିଶ୍ବବିଦ୍ୟାଳୟର ଜଣେ ଛାତ୍ରୀ ନାମ ବଦଳାଇବାକୁ ଦାବି କରିଥିଲେ। ମାତ୍ର କର୍ତ୍ତୃପକ୍ଷ ଏହା ନ କରି ତାଙ୍କୁ ହଇରାଣ କରିଥିଲେ। ଏହି ମାମଲାର ପରବର୍ତ୍ତୀ ଶୁଣାଣି ନଭେମ୍ବର ୧୯ରେ ହେବ।

Leave a Reply

Your email address will not be published. Required fields are marked *