ଫୁଲବାଣୀ: ଗୁଣିଆ ଔଷଧ ଖାଇ ନିଃସନ୍ତାନ ଦମ୍ପତି ମୃତ। ଏଭଳି ଅଭାବନୀୟ ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରିଛି। ବାଲିଗୁଡ଼ା ଅଞ୍ଚଳର ଜଣେ ଗୁଣିଆ ଠାରୁ ଔଷଧ ଆଣି ଖାଇଥିଲେ ଦମ୍ପତି। ଏହାପରେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ଗୁରୁତର ହେବା ପରେ ଦୁହେଁ ଗୁରୁତର ହୋଇ ଫୁଲବାଣୀ ଜିଲ୍ଲା ମେଡିକାଲ୍ରେ ଭର୍ତ୍ତି ହୋଇଥିଲେ। ଫୁଲବାଣୀ ମେଡିକାଲ୍ରେ ସ୍ତ୍ରୀର ମୃତ୍ୟୁ ପରେ ସ୍ବାମୀଙ୍କୁ ଏମକେସିଜି ପଠା ଯାଇଥିଲା। ଆଜି ଏମକେସିଜରେ ସ୍ବାମୀଙ୍କର ମଧ୍ୟ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଛି। ମୃତ ଦମ୍ପତିଙ୍କ ଘର କନ୍ଧମାଳ ଜିଲ୍ଲା ଗୋଚ୍ଛାପଡ଼ା ଥାନା ନେଡ଼ିପଙ୍ଗାରେ ବୋଲି ଜଣାପଡ଼ିଛି। ଖବର ପାଇ ପୁୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ଗୁଣିଆ ଠାରୁ ଔଷଧ ଖାଇ ନିଃସନ୍ତାନ ଦମ୍ପତି ମୃତ
