ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦୀଙ୍କର ସାକ୍ଷାତ ଆଲୋଚନା ଅନୁଷ୍ଠିତ

ନୂଆଦିଲ୍ଲୀ : ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁତିନଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ ନରୋନ୍ଦ୍ର ମୋଦୀଙ୍କର ଏକ ସାକ୍ଷାତ ଆଲୋଚନା ଅନୁଷ୍ଠିତ ହୋଇଯାଇଛି । କିର୍‌ଗିଜସ୍ଥାନର ଭିସ୍କେକଠାରେ ଅନୁଷ୍ଠିତ ହେବାକୁ ଥିବା ସଂଘାଇ କୋ-ଅପରେସନ ଅର୍ଗାନାଇଜେସନ୍ (ଏସସିଓ) ବୈଠକ ପୂର୍ବରୁ ଦୁଇ ନେତାଙ୍କ ଭିତରେ ଏହି ଆଲୋଚନାର ଆୟୋଜନ କରାଯାଇଥିଲା । ଏହି ବୈଠକରେ ଦୁଇ ନେତା ରୁଷ-ଭାରତ ବନ୍ଧୁତା, ସହଭାଗିତା ଉପରେ ବିଶେଷ ଗୁରୁତ୍ୱ ଦେଇଥିଲେ । ୟୁକ୍ରେନ ଯୁଦ୍ଧର ଶାନ୍ତିପୂର୍ଣ୍ଣ ପରିସମାପ୍ତି ନେଇ ମୋଦୀ ରାଷ୍ଟ୍ରପତି ପୁତିନଙ୍କୁ ଆହ୍ୱାନ ଦେଇଥିଲେ । ଭଗବାନ ବୁଦ୍ଧ ଓ ମହାତ୍ମା ଗାନ୍ଧୀଙ୍କ ଦେଶ ଭାରତ ସବୁବେଳେ ବିଶ୍ୱଶାନ୍ତି ଚାହେଁ । ପ୍ରତିଦିନ ବିଶ୍ୱର କୋଣେ ଅନୁକୋଣେ ଯୁଦ୍ଧ ଯୋଗୁ ମାନବଜାତି ପ୍ରଭାବିତ ହେଲାଣି । ତେଣୁ ଯୁଦ୍ଧର ପରିସମାପ୍ତ ଭାରତ ଚାହେଁ ବୋଲି ମୋଦୀ ଆଲୋଚନା ପ୍ରସଙ୍ଗରେ ରାଷ୍ଟ୍ରପତି ପୁତିନଙ୍କୁ ଅବଗତ କରିଥିଲେ । ଭାରତ ଓ ରୁଷ ଦ୍ୱିପାକ୍ଷିକ ସଂପର୍କ କିପରି ଆହୁରି ସୁଦୃଢ ହେବ, ସେ ନେଇ ଦୁଇନେତା ଆଲୋଚନା କରିଥିଲେ । ସେପ୍‌ଟେମ୍ବର ମାସରେ ଭାରତରେ ଅନୁଷ୍ଠିତ ହେବାକୁ ଥିବା ‘ବ୍ରିକ୍‌’ ସମ୍ମିଳନୀରେ ଯୋଗଦେବାକୁ ମୋଦୀ ଏହି ଅବସରରେ ପୁତିନଙ୍କୁ ନିମନ୍ତ୍ରଣ କରିଥିଲେ ।

Leave a Reply

Your email address will not be published. Required fields are marked *