ଭାରତରେ ୪୫୦ କାର୍‌ ବିକିଲା ଟେସ୍‌ଲା

ନୂଆଦିଲ୍ଲୀ:  ଆମେରିକାର ବିଦ୍ୟୁତ୍‌ କାର୍‌ କମ୍ପାନି ଟେସ୍‌ଲା ଇତିମଧ୍ୟରେ ଭାରତରେ ସୋରୁମ୍‌ ଖୋଲିବା ୧ ବର୍ଷ ବିତିଯାଇଛି। ଗତବର୍ଷ ଜୁଲାଇ ୧୫ ତାରିଖରେ କମ୍ପାନି ମୁମ୍ବାଇରେ ଏହାର ପ୍ରଥମ ସୋରୁମ୍‌ ଖୋଲିଥିଲା। ଖୋଲିଥିଲା। ଗତ ଜୁନ୍‌ ଶେଷ ସୁଦ୍ଧା କମ୍ପାନି ଭାରତରେ ୪୫୦ଟି କାର୍‌ ବିକ୍ରି କରିଛି। ଭାରତରେ କମ୍ପାନି ଯଦିଓ ୨୦୨୫ ଜୁଲାଇ ୧୫ରେ ପ୍ରଥମ ସୋରୁମ୍‌ ଖୋଲିଥିଲା ତଥାପି ସେପ୍ଟେମ୍ବର ମାସରେ ମଡେଲ ୱାଇର ପ୍ରଥମ ଡେଲିଭରି ଦେଇଥିଲା। ତେବେ ଟେସ୍‌ଲା ସହିତ କଡ଼ା ପ୍ରତିଯୋଗିତା କରୁଥିବା ଚୀନ କମ୍ପାନି ବିୱାଇଡି ଭାରତରେ ବହୁ ଅଧିକ ସଂଖ୍ୟକ କାର୍‌ ବିକ୍ରି କରିଛି ବୋଲି ବଜାର ବିଶେଷଜ୍ଞମାନେ ମତ ଦେଇଛନ୍ତି। ବିୱାଇଡି ନିକଟରେ ବିଭିନ୍ନ ମୂଲ୍ୟର ଏକାଧିକ ମଡେଲ ଥିବାରୁ କମ୍ପାନି ଏହି ସଫଳତା ହାସଲ କରିଛି। ବର୍ଷକ ମଧ୍ୟରେ ଭାରତରେ ଟେସ୍‌ଲାର ଷ୍ଟୋର୍‌ ସଂଖ୍ୟା ୫ରେ ପହଞ୍ଚି ସାରିଛି। ମୁମ୍ବାଇ ସମେତ ନୂଆଦିଲ୍ଲୀ, ଗୁରୁଗ୍ରାମ, ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦରେ ଏହାର ଷ୍ଟୋର ଖୋଲିଛି।

Leave a Reply

Your email address will not be published. Required fields are marked *