ଭାରତକୁ ବଡ଼ ଝଟକା : ମଲ୍ଲଯୋଦ୍ଧା ମୁକୁଳ ଡୋପ୍‌ ପରୀକ୍ଷାରେ ବିଫଳ

ନୂଆଦିଲ୍ଲୀ: ଏସୀୟ କ୍ରୀଡ଼ାରେ ଭାଗନେବା ପାଇଁ ଯୋଗ୍ୟତା ହାସଲ କରିଥିବା ଭାରତୀୟ ମଲ୍ଲଯୋଦ୍ଧା ମୁକୁଲ ଦହିୟା ଡୋପ୍‌ ପରୀକ୍ଷାରେ ବିଫଳ ହୋଇଛନ୍ତି। ପୁରୁଷ କୁସ୍ତି​‌େ​‌ର ୮୬ କେଜି ବର୍ଗରେ ମୁକୁଳ ପଦକ ଦାବିଦାର ଥିଲେ। ତେଣୁ ଭାରତକୁ ବଡ଼ ଝଟକା ଲାଗିଛି। ମୁକୁଲ ଦହିୟା ବର୍ତ୍ତମାନ ଆର୍ମେନିଆର ୟେରେଭାନ୍‌ରେ ଅଛନ୍ତି, ଯେଉଁଠାରେ ଏସୀୟ କ୍ରୀଡ଼ା ପାଇଁ ମନୋନୀତ ଭାରତୀୟ ଫ୍ରିଷ୍ଟାଇଲ୍ କୁସ୍ତିଯୋଦ୍ଧାମାନେ ପ୍ରସ୍ତୁତି ଶିବିରରେ ରହିଛନ୍ତି। ସମୟ କମ୍‌ ଥିବାରୁ ମୁକୁଲଙ୍କ ସ୍ଥାନରେ ଭାରତ ବିକଳ୍ପ ମଲ୍ଲଯୋଦ୍ଧାଙ୍କୁ ଏସୀୟ କ୍ରୀଡ଼ାକୁ ପଠାଇବା ଅସମ୍ଭବ ଲାଗୁଛି।

Leave a Reply

Your email address will not be published. Required fields are marked *