କକ୍ରୋଚ୍‌ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ୍‌ ଦୀପ୍‌କେଙ୍କ ବିରୋଧରେ ମାମଲା ରୁଜୁ

ମୁମ୍ବଇ: ସରକାରୀ ବିଦ୍ୟାଳୟରେ ବିନା ଅନୁମତିରେ ପ୍ରବେଶ, ପାଠପଢ଼ାରେ ବ୍ୟାହତ ସୃଷ୍ଟି କରିବା ସହ ଶିକ୍ଷକଙ୍କୁ ଧମକ ଦେବା ଅଭିଯୋଗରେ କକ୍ରୋଚ୍‌ ଜନତା ପାର୍ଟି (ସିଜେପି)ର ପ୍ରତିଷ୍ଠାତା ଅଭିଜିତ୍‌ ଦୀପ୍‌କେଙ୍କ ବିରୋଧରେ ମହାରାଷ୍ଟ୍ର ଲାଥୁର ଅନ୍ତର୍ଗତ ଅଉସା ଥାନାରେ ଏକ ମାମଲା ରୁଜୁ ହୋଇଛି। ଜିଲା ପରିଷଦ ଉର୍ଦୁ ସ୍କୁଲର ଜନୈକ ଶିକ୍ଷକଙ୍କ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ କରାଯାଇଛି।ସୂଚନାଥାଉ କି ସିଜେପି ତରଫରୁ ଆରମ୍ଭ ହୋଇଥିବା ‘ସ୍କୁଲ୍‌ ଠିକ୍‌ କରୋ’ ଅଭିଯାନ ଅନ୍ତର୍ଗତ ମୁମ୍ବଇ ଠାରୁ ପ୍ରାୟ ୫୦୦ କିଲୋମିଟର ଦୂର ଜୱାଲିରେ ଥିବା ଜିଲା ପରିଷଦ ଉର୍ଦୁ ସ୍କୁଲରେ ପହଞ୍ଚିଥିଲେ ଅଭିଜିତ୍‌ ଓ ତାଙ୍କ ସହଯୋଗୀ। ତେବେ ବିନା ଅନୁମତିରେ ସେମାନେ ବିଦ୍ୟାଳୟ ମଧ୍ୟକୁ ପ୍ରବେଶ କରିବା ସହ ଛାତ୍ରଙ୍କ ଗହଣରେ ବସି ଶିକ୍ଷକଙ୍କୁ ବିଭିନ୍ନ ପ୍ରଶ୍ନ ପଚାରିବା, ପାଠପଢ଼ାରେ ହସ୍ତକ୍ଷେପ କରିବା ସହ ଶିକ୍ଷକଙ୍କୁ ନିଲମ୍ବନ କରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ପୁଲିସ ଭାରତୀୟ ନ୍ୟାୟ ସଂହିତାର ଧାରା ୧୩୨, ୩୨୯(୩), ୩୫୧(୨) ଓ ୩୫୬(୨) ଅନୁଯାୟୀ ମାମଲା ରୁଜୁ କରିଛି।

Leave a Reply

Your email address will not be published. Required fields are marked *