ପୁଣି ଘୁଞ୍ଚିଲା ଓଡ଼ିଶା ଡିଜିପି ନିଯୁକ୍ତି ମାମଲା;ସେପ୍ଟେମ୍ବର ୨୨ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ/ଭୁବନେଶ୍ୱର: ଓଡ଼ିଶାର ନୂଆ ପୁଲିସ ଡିଜି (DGP) ନିଯୁକ୍ତିକୁ ନେଇ ଚାଲିଥିବା ମାମଲାର ଶୁଣାଣି ପୁଣି ଘୁଞ୍ଚିଛି। ସୁପ୍ରିମକୋର୍ଟ ମାମଲାର ପରବର୍ତ୍ତୀ ଶୁଣାଣି ସେପ୍ଟେମ୍ବର ୨୨ରେ କରିବାକୁ ତାରିଖ ଧାର୍ଯ୍ୟ କରିଛନ୍ତି। ଡିଜିପି ଚୟନ ପ୍ରକ୍ରିୟାରେ ଏମ୍ପାନେଲମେଣ୍ଟ ଓ ଯୋଗ୍ୟ ଅଧିକାରୀଙ୍କ ତାଲିକାକୁ ନେଇ ଆମିକସ୍ କ୍ୟୁରି ରାଜୁ ରାମଚନ୍ଦ୍ରନଙ୍କ ରିପୋର୍ଟରେ ଉଠାଯାଇଥିବା ପ୍ରଶ୍ନ ଉପରେ ଅଦାଲତରେ ଆଲୋଚନା ହୋଇଛି।

Leave a Reply

Your email address will not be published. Required fields are marked *