ଓସ୍କାର ପାଇଁ ଭାରତ ପକ୍ଷରୁ ମନୋନୀତ ହେଲା ମରାଠୀ ଫିଲ୍ମ ‘ଗୋନ୍ଧାଲ’

ମୁମ୍ବାଇ : ସନ୍ତୋଷ ଦଭାଖାର୍‌ଙ୍କ ନିର୍ଦ୍ଦେଶିତ ମରାଠୀ ଫିଲ୍ମ ‘ଗୋନ୍ଧାଲ’ ୯୯ତମ ଓସ୍କାର ପୁରସ୍କାର ପାଇଁ ଭାରତ ପକ୍ଷରୁ ମନୋନୀତ ହୋଇଛି । ମହାରାଷ୍ଟ୍ରର ସଂସ୍କୃତି ଉପରେ ଆଧାରିତ ଏହି ଚଳଚ୍ଚିତ୍ର ବିଶ୍ୱବାସୀଙ୍କୁ ଆକର୍ଷିତ କରିବ ବୋଲି ଫିଲ୍ମ ଫେଡେରେସନ ଅଫ ଇଣ୍ଡିଆ ତରଫରୁ କୁହାଯାଇଛି । ପୂର୍ବରୁ ୫୬ତମ ଇଂଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ ଇଣ୍ଡିଆ(ଆଇଏଫଏଫଆଇ)ରେ ଗୋନ୍ଧାଲ ଚଳଚ୍ଚିତ୍ର ପାଇଁ ନିର୍ଦ୍ଦେଶକ ଦଭାଖାର୍‌ଙ୍କୁ ଶ୍ରେଷ୍ଠ ନିର୍ଦ୍ଦେଶକ ଭାବେ ସିଲ୍‌ଭର ପିକକ୍ ପୁରସ୍କାର ମିଳିସାରିଛି । ମୋଟ ୩୩ଟି ଫିଲ୍ମକୁ ରିଭ୍ୟୁ କରିବା ପରେ ଗୋନ୍ଧାଲକୁ ଶ୍ରେଷ୍ଠ ବିବେଚିତ କରାଯିବା ସହ ଆସନ୍ତା ୨୦୨୭ ଓସ୍କାର ପୁରସ୍କାର ପାଇଁ ଭାରତ ପକ୍ଷରୁ ମନୋନୀତ କରାଯାଇଛି ବୋଲି ଚୟନ କମିଟିର ମୁଖ୍ୟ ପି.ଶେଷାଦ୍ରୀ କହିଛନ୍ତି ।
୧୧୭ ମିନିଟ୍‌ର ଏହି ମରାଠୀ ଫିଲର କାହାଣୀ ଓ ନିର୍ଦ୍ଦେଶନା ସନ୍ତୋଷ ଦାଭାଖର ଦେଇଥିବା ବେଳେ ଏଥିରେ ପ୍ରମୁଖ ଭୁମିକାରେ ଇସିତା ଦେଶମୁଖ, କିଶୋର କଦମ, ଯୋଗେଶ ଶୋହୋନି, ନିଶାଦ ଭୋଏର ପ୍ରମୁଖ ଅଭିନୟ କରିଛନ୍ତି । ଭାରତ ପକ୍ଷରୁ ଓସ୍କାରକୁ ଏଂଟ୍ରି କରିବାରେ ‘ଗୋନ୍ଧାଲ’ ୪ର୍ଥ ମରାଠୀ ଫିଲ୍ମ । ଏହାର ପୂର୍ବରୁ ହରିଶ୍ଚନ୍ଦ୍ରଛି ଫ୍ୟାକ୍‌ଟ୍ରି(୨୦୦୯), ଶ୍ୱାସ୍‌(୨୦୦୫) ଏବଂ କୋର୍ଟ(୨୦୧୫) ଓସ୍କାର ପାଇଁ ଭାରତ ପକ୍ଷରୁ ମନୋନୀତ ହୋଇଥିଲେ ।

Leave a Reply

Your email address will not be published. Required fields are marked *