ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗୁରୁବାର ଦିଲ୍ଲୀ ଗସ୍ତରେ ଯାଇଛନ୍ତି। ପ୍ରଧାନମନ୍ତ୍ରୀ ଉଦ୍ଘାଟନ କରିଥିବା ସେମିକନ୍ ଇଣ୍ଡିଆ-୨୦୨୬ରେ ଶୁକ୍ରବାର ମୁଖ୍ୟମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ଶନିବାର କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଦିଲ୍ଲୀରେ ଅନୁଷ୍ଠିତ ହେବାକୁ ଥିବା ସର୍ବଭାରତୀୟ ଅର୍ଥମନ୍ତ୍ରୀ ସମ୍ମିଳନୀରେ ମଧ୍ୟ ଯୋଗଦେବେ। ଦିଲ୍ଲୀ ଗସ୍ତ ସମ୍ପର୍କରେ ମୁଖ୍ୟମନ୍ତ୍ରୀ ସୂଚନା ଦେଇ କହିଛନ୍ତି ଯେ ଦିଲ୍ଲୀରେ ସେମିକନ୍ ଇଣ୍ଡିଆ ସମ୍ମିଳନୀରେ ଯୋଗଦେବା ଲାଗି ଓଡ଼ିଶା ପ୍ରତିନିଧିଦଳ ଯାଉଛନ୍ତି। ସେଠାରେ ୟୁରୋପ, ଜାପାନ, ସାଉଥକୋରିଆ ଟିମ୍ ସହ ଆଲୋଚନା କାର୍ଯ୍ୟକ୍ରମ ରହିଛି। ଓଡ଼ିଶାରେ ପୁଞ୍ଜିନିବେଶ କରିବାକୁ ସେମାନେ ଆଗ୍ରହ ପ୍ରକାଶ କରିଛନ୍ତି। ଓଡ଼ିଶାକୁ ସେମିକଣ୍ଡକ୍ଟର୍ ହବ୍ କରିବାକୁ ଯୋଜନା କରୁଛନ୍ତି ସରକାର।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଦିଲ୍ଲୀ ଗସ୍ତ
