ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଟେଷ୍ଟ ମ୍ୟାଚ ପୂର୍ବରୁ ଗିଲ୍‌ ଅସୁସ୍ଥ

ନୂଆଦିଲ୍ଲୀ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇ ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳା ଚଳିତ ଅଗଷ୍ଟ ୧୫ରୁ ଆରମ୍ଭ ହେଊଛି। ଏହା ପୂର୍ବରୁ ଅଧିନାୟକ ଶୁବମନ ଗିଲ୍‌ଙ୍କ ଆଘାତ ଭାରତ ପାଇଁ ଚିନ୍ତାର କାରଣ ହୋଇଛି। ଗିଲ୍‌ ଗୁରୁବାର ଅଭ୍ୟାସ କରୁଥିବା ସମୟରେ ସେ ଡାହାଣ ହାତ ଆଙ୍ଗୁଠିରେ ଆଘାତ ପାଇଥି​‌େ​‌ଲ।ଏହି ଆଘାତ ଏତେ ଗୁରୁତ୍ବପୂର୍ଣ୍ଣ ଥିଲା ଯେ, ତାଙ୍କୁ ବ୍ୟାଟିଂ ବନ୍ଦ କରିବାକୁ ଡାକ୍ତରୀ ଦଳ ପରାମର୍ଶ ଦେଇଥିଲେ। ଆଘାତ ପାଇଁ ଗିଲ୍‌ କଲମ୍ବୋର ଏନ୍‌ସିସି ଗ୍ରାଉଣ୍ଡରେ ଆରମ୍ଭ ହୋଇଥିବା ଶ୍ରୀଲଙ୍କା କ୍ରିକେଟ ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚର ଶୁକ୍ରବାର ପ୍ରଥମ ଦିନରେ ପଡ଼ିଆରେ ଅନୁପସ୍ଥିତ ଥିଲେ। ତାଙ୍କ ସ୍ଥାନରେ ଲୋକେଶ ରାହୁଲ ଅଧିନାୟକ ଦାୟିତ୍ବ ତୁଲାଇଥିଲେ। ଗିଲ ୍‌ଉକ୍ତ ଅଭ୍ୟାସ ମ୍ୟାଚର ଶନିବାର ଦ୍ବିତୀୟ ଦିନରେ ପଡ଼ିଆକୁ ଆସୁଛନ୍ତି କି ନାହିଁ ତାହା ଉପରେ ନଜର ରହିଛି। ରିପୋର୍ଟ ମୁତାବକ ଗିଲ୍‌ ଆଙ୍ଗୁଠିରେ ଆଘାତ ପାଇଥିବାରୁ ପ୍ରଥମ ଟେ​‌ଷ୍ଟ ଖେଳିବ​‌ା ନେଇ ଆଶଙ୍କା ରହିଛି।

Leave a Reply

Your email address will not be published. Required fields are marked *