ଫିଫା ବିଶ୍ବକପ : ଫ୍ରାନ୍‌ସକୁ ହରାଇ ଫାଇନାଲରେ ସ୍ପେନ୍‌

ଡାଲାସ୍‌‌ : ପ୍ରଥମ ଦଳ ଭାବେ ଚଳିତ ଫିଫା ବିଶ୍ବକପ୍‌‌ର ଫାଇନାଲରେ ପହଞ୍ଚିଛି ସ୍ପେନ୍‌। ମଙ୍ଗଳବାର ରାତିରେ ପ୍ରଥମ ସେମିଫାଇନାଲରେ ଦୁଇ ଥର ଚମ୍ପିଆନ୍‌ ଫ୍ରାନ୍‌ସକୁ ୨-୦ ଗୋଲ୍‌ରେ ସ୍ପେନ୍‌ ପରାସ୍ତ କରିଛି। ସ୍ପେନ୍ ପାଇଁ ପ୍ରଥମାର୍ଦ୍ଧରେ ମିକେଲ ଓୟାରଜାବାଲ ଓ ଦ୍ବିତୀୟାର୍ଦ୍ଧରେ ପେଡ୍ରୋ ପୋରୋ ଗୋଲ୍‌ ଦେଇଥିଲେ। ୨୦୧୦ର ବିଶ୍ବ ଚମ୍ପିଆନ୍‌ ସ୍ପେନ୍‌‌ ୩ୟ ଥର ସେମିଫାଇନାଲ ଖେଳି ୨ୟ ଥର ଫାଇନାଲରେ ପହଞ୍ଚିଛି। ଏହି ପରାଜୟ ସହ କ୍ରମାଗତ ତୃତୀୟ ଥର ଫାଇନାଲ ଖେଳିବାର ଲକ୍ଷ୍ୟ ରଖିଥିବା ଫ୍ରାନ୍‌ସ ଏବଂ ଏହାର ତାରକା ଖେଳାଳି କିଲିୟାନ୍ ଏମ୍‌ବାପେଙ୍କ ସ୍ବପ୍ନ ମଉଳି ଯାଇଛି।

Leave a Reply

Your email address will not be published. Required fields are marked *