ବଜ୍ରପାତରେ ଚାଷୀ ମୃତ

ସିମୁଳିଆ:ବଜ୍ରପାତରେ ଜଣେ ଚାଷୀଙ୍କ ମୃତ୍ୟୁ। ଏଭଳି ହୃଦୟ ବିଦାରକ ଘଟଣା ବାଲେଶ୍ୱର ଜିଲ୍ଲା ସିମୁଳିଆ ଥାନା ଅନ୍ତର୍ଗତ ଈଶ୍ୱରପୁର ପଞ୍ଚାୟତର କଳାଶୁଣି ଗ୍ରାମରେ। ଏହି ଅଘଟଣ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।

ସୂଚନା ଅନୁସାରେ, କଳାଶୁଣି ଗ୍ରାମର ଭରତ ଦାସଙ୍କ ୩୮ ବର୍ଷୀୟ ପୁଅ ପ୍ରଶାନ୍ତ କୁମାର ଦାସ ନିଜ ଚାଷଜମିରେ ଧାନ କାମ କରୁଥିବା ବେଳେ ହଠାତ୍ ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଥିଲା। ବଜ୍ରାଘାତରେ ସେ ଘଟଣାସ୍ଥଳରେ ଟଳି ପଡ଼ିଥିଲେ।

Leave a Reply

Your email address will not be published. Required fields are marked *