ଭୂସ୍ଖଳନରେ ୧୩ ମୃତ

ଶିମଲା : ଶୁକ୍ରବାର ହିମାଚଳ ପ୍ରଦେଶରେ ଘଟିଛି ଏକ ବଡ ଅଘଟଣ। ଲାହୌଲ-ସ୍ପିତିରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଉଦୟପୁର-କିଲାଡ ରାସ୍ତାରେ କାଡୁ ନାଲା ନିକଟରେ ହଠାତ୍ ଭୂସ୍ଖଳନ ଘଟି କୁଲୁରୁ ପାଙ୍ଗି ଯାଉଥିବା ଏକ ଟ୍ୟାକ୍ସି ଭଗ୍ନାବଶେଷ ତଳେ ଚାପି ହୋଇଯାଇଥିଲା। ଏହି ଦୁର୍ଘଟଣାରେ ମୋଟ ୧୩ ଜଣଙ୍କର ମୃତ୍ୟୁ ହୋଇଛି। ଲାହୌଲ-ସ୍ପିତିର ପୁଲିସ ଅଧିକ୍ଷକ ଶିବାନୀ ମେହଲା ଏହାକୁ ନିଶ୍ଚିତ କରିଛନ୍ତି। ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇ ଟିଣ୍ଡି ପୁଲିସ, ସ୍ଥାନୀୟ ପ୍ରଶାସନ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳକୁ ଯାଇଥିଲେ। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର କାର୍ଯ୍ୟ ଚାଲିଛି।

Leave a Reply

Your email address will not be published. Required fields are marked *