ସାଉଦି ଆରବ ଉପରେ ହାଉଥି ବିଦ୍ରୋହୀଙ୍କ ଆକ୍ରମଣକୁ ଭାରତ ଦୃଢ଼ ଭାବେ ନିନ୍ଦା

ନୂଆଦିଲ୍ଲୀ: ସାଉଦି ଆରବ ଉପରେ ହାଉଥି ବିଦ୍ରୋହୀଙ୍କ ଆକ୍ରମଣକୁ ଭାରତ ଦୃଢ଼ ଭାବେ ନିନ୍ଦା କରିଛି। ବିଶେଷକରି ନାଗରିକ ଓ ଆର୍ଥିକ ପ୍ରତିଷ୍ଠାନକୁ ଟାର୍ଗେଟ କରାଯିବା ଅଗ୍ରହଣୀୟ ବୋଲି ଭାରତ କହିଛି। ଏପରି ଆକ୍ରମଣ ଆଞ୍ଚଳିକ ସୁରକ୍ଷା ଓ ସ୍ଥିରତାକୁ ଦୁର୍ବଳ କରିବା ସହ ବାବ୍-ଏଲ୍-ମାଣ୍ଡେବ୍‌ରେ ନୌଚଳାଚଳ ସ୍ୱାଧୀନତା ପ୍ରତି ବିପଦ ସୃଷ୍ଟି କରୁଛି ବୋଲି ଭାରତ ପକ୍ଷରୁ କୁହାଯାଇଛି।ସାଉଦି ଆରବରେ ହାଉଥି ଆକ୍ରମଣ ସମ୍ପର୍କରେ ଗଣମାଧ୍ୟମର ପ୍ରଶ୍ନର ଉତ୍ତର ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ରଣଧୀର ଜୟସୱାଲ କହିଛନ୍ତି ଯେ, ସାଉଦି ସାର୍ବଭୌମ କ୍ଷେତ୍ର ଉପରେ ଆକ୍ରମଣ, ବିଶେଷକରି ନାଗରିକ ଓ ଆର୍ଥିକ ସୁବିଧାକୁ ଟାର୍ଗେଟ କରିବାକୁ ଭାରତ ନିନ୍ଦା କରୁଛି।

ସାଉଦି ଆରବର ଅଭା, ଜାଜାନ, ଖାମିସ୍ ମୁଶାଇତ ଓ ନଜରାନ ଅଞ୍ଚଳରେ ନାଗରିକ ଏବଂ ଆର୍ଥିକ ସମ୍ପତ୍ତି ଉପରେ ଆକ୍ରମଣ ହୋଇଥିବା ସାଉଦି କର୍ତ୍ତୃପକ୍ଷ କହିଛନ୍ତି। ଏହି ଆକ୍ରମଣରେ ମହିଳା ଓ ଶିଶୁଙ୍କ ସମେତ ବହୁ ସାଧାରଣ ନାଗରିକ ଆହତ ହୋଇଥିବା ରିପୋର୍ଟ ରହିଛି। ଏଥିସହ ଲାଲ ସାଗରରେ ବାଣିଜ୍ୟିକ ଜାହାଜ ଉପରେ ହାଉଥିଙ୍କ ଆକ୍ରମଣ ଏବଂ ଅନ୍ତର୍ଜାତୀୟ ନୌଚଳାଚଳର ସୁରକ୍ଷା ପ୍ରତି ସୃଷ୍ଟି ହେଉଥିବା ବିପଦକୁ ମଧ୍ୟ ସାଉଦି ଆରବ ନିନ୍ଦା କରିଛି।

Leave a Reply

Your email address will not be published. Required fields are marked *