ନୂଆଦିଲ୍ଲୀ: ଦିଲ୍ଲୀର ଲାଲକିଲ୍ଲା ନିକଟରେ ୨୦୨୫ ନଭେମ୍ବର ୧୦ରେ ଘଟିଥିବା କାର ବିସ୍ଫୋରଣ ଘଟଣାର ତଦନ୍ତରେ ବଡ଼ ଖୁଲାସା କରିଛି ଜାତୀୟ ତଦନ୍ତ ଏଜେନ୍ସି (ଏନଆଇଏ)। ସେପ୍ଟେମ୍ବର ୯ରେ ଦାଖଲ ହୋଇଥିବା ଚାର୍ଜସିଟ୍ ଅନୁଯାୟୀ, ଉମର-ଉନ-ନବିଙ୍କୁ ଏହି ଆତଙ୍କୀ ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ଭାବେ ଚିହ୍ନଟ କରାଯାଇଛି।ଏନଆଇଏ ଚାର୍ଜସିଟ୍ରେ ଦର୍ଶାଯାଇଛି ଯେ, ଆକ୍ରମଣରେ ବ୍ୟବହୃତ କାର ଭିତରେ ନବି ଉପସ୍ଥିତ ଥିଲେ। ବିସ୍ଫୋରଣରେ ତାଙ୍କର ମୃତ୍ୟୁ ହୋଇଥିଲା। ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ନବିଙ୍କୁ ‘ପିଣ୍ଡା’ ନାମରେ ମଧ୍ୟ ଡକାଯାଉଥିଲା।ଏନଆଇଏର ତଦନ୍ତରେ ଆହୁରି ଦାବି କରାଯାଇଛି ଯେ ନବି ଏବଂ ରାହୁଲ ଭଟ୍ ମିଶି ୨୦୨୨ର ପ୍ରାରମ୍ଭରୁ ନିଷ୍କ୍ରିୟ ହୋଇଥିବା ଅନସାର ଘଜୱାତ-ଉଲ-ହିନ୍ଦ (AGuH) ମଡ୍ୟୁଲ୍କୁ ପୁନଃ ସକ୍ରିୟ କରିବାକୁ ଉଦ୍ୟମ କରୁଥିଲେ। ତଦନ୍ତକାରୀ ଏଜେନ୍ସି ଏହି ମଡ୍ୟୁଲ୍କୁ ଭାରତୀୟ ଉପମହାଦେଶରେ ଅଲ୍-କାଏଦା ସହ ଜଡ଼ିତ ଏକ ପୁନର୍ଗଠିତ ନେଟୱର୍କ ବୋଲି ଦର୍ଶାଇଛି।ଉଲ୍ଲେଖଯୋଗ୍ୟ, ୨୦୨୫ ନଭେମ୍ବର ୧୦ ସନ୍ଧ୍ୟା ପ୍ରାୟ ୬ଟା ୫୦ରେ ଲାଲକିଲ୍ଲା ନିକଟରେ କାରରେ ଭୟଙ୍କର ବିସ୍ଫୋରଣ ଘଟିଥିଲା। ଏଥିରେ ୧୧ ଜଣଙ୍କ ମୃତ୍ୟୁ ଏବଂ ୨୯ ଜଣ ଆହତ ହୋଇଥିଲେ। ବିସ୍ଫୋରଣ ଯୋଗୁଁ ନିକଟସ୍ଥ ଘର, ସମ୍ପତ୍ତି ଓ ଅନେକ ଯାନବାହାନ ମଧ୍ୟ କ୍ଷତିଗ୍ରସ୍ତ ହୋଇଥିଲାଚାର୍ଜସିଟ୍ରେ ଥିବା ତଥ୍ୟ ଆଧାରରେ ଏନଆଇଏ ଘଟଣାର ପଛରେ ଥିବା ଷଡ଼ଯନ୍ତ୍ର, ନେଟୱର୍କ ଓ ସମ୍ପୃକ୍ତ ବ୍ୟକ୍ତିଙ୍କ ଭୂମିକାର ତଦନ୍ତକୁ ଆଗକୁ ବଢ଼ାଇଛି
ଲାଲକିଲ୍ଲା ବିସ୍ଫୋରଣ: ଉମର-ଉନ-ନବି ମାଷ୍ଟରମାଇଣ୍ଡ
