ଢାକା:ବାଂଲାଦେଶର ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ ସମ୍ବିଧାନର ଧାରା ୫୦(୩) ଅନୁଯାୟୀ ନିଜ ପଦରୁ ଇସ୍ତଫା ଦେଇଛନ୍ତି। ତାଙ୍କ କାର୍ଯ୍ୟକାଳ ୨୦୨୮ ପର୍ଯ୍ୟନ୍ତ ଥିବା ସତ୍ତ୍ୱେ ସେ ନିର୍ଦ୍ଧାରିତ ସମୟ ପୂର୍ବରୁ ପଦ ଛାଡ଼ିଛନ୍ତି। ବଙ୍ଗଭବନର ଲେଟରହେଡ୍ରେ ବଙ୍ଗାଳୀ ଭାଷାରେ ଲେଖା ଇସ୍ତଫାପତ୍ରରେ ୭୬ ବର୍ଷୀୟ ଶାହାବୁଦ୍ଦିନ ନିଜର ଦୀର୍ଘଦିନର ଅସୁସ୍ଥତାକୁ ଇସ୍ତଫାର କାରଣ ବୋଲି ଉଲ୍ଲେଖ କରିଛନ୍ତି।ଇସ୍ତଫାପତ୍ରରେ ସେ ହୃଦ୍ରୋଗ, ଉଚ୍ଚ ରକ୍ତଚାପ, ମଧୁମେହ, କିଡନୀ ସମସ୍ୟା ଓ ବାଇପାସ୍ ସର୍ଜରୀ ସମ୍ପର୍କରେ ଉଲ୍ଲେଖ କରିଛନ୍ତି। ଦୀର୍ଘକାଳୀନ ଚିକିତ୍ସା ଓ ସ୍ୱାସ୍ଥ୍ୟଗତ ସମସ୍ୟା କାରଣରୁ ସାମ୍ବିଧାନିକ ଦାୟିତ୍ୱ ନିର୍ବାହ କରିବା ଆଉ ସମ୍ଭବ ନୁହେଁ ବୋଲି ସେ ଚିଠିରେ କହିଛନ୍ତି। ସେହିପରି ୨୦୨୪ରେ ବିଦ୍ରୋହ ପରେ ସୃଷ୍ଟି ହୋଇଥିବା ସାମ୍ବିଧାନିକ ସଙ୍କଟ ସମୟରେ ଦେଶର ସ୍ଥିରତା ରକ୍ଷା ପାଇଁ ନିଜର ଭୂମିକା ସମ୍ପର୍କରେ ମଧ୍ୟ ସେ ଉଲ୍ଲେଖ କରିଛନ୍ତି।
ପଦ ଛାଡ଼ିଲେ ବାଂଲାଦେଶ ରାଷ୍ଟ୍ରପତି ମହମ୍ମଦ ଶାହାବୁଦ୍ଦିନ
