ଭବାନୀପାଟଣା /ବିଶ୍ୱନାଥପୁର : ଲାଞ୍ଜିଗଡ଼ ବ୍ଲକ୍ ଦୋଲାମା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଗୋଟାଏ ହାତୀ ପଶି ଗତ ରାତିରେ ବ୍ୟାପକ ଭଙ୍ଗାରୁଜା କରିଛି। ହାତୀଟି ବିଦ୍ୟାଳୟର କାନ୍ଥ ଓ ଅନ୍ୟାନ୍ୟ ଅଂଶ ଭାଙ୍ଗିବା ସହ ବିଭିନ୍ନ ସାମଗ୍ରୀ ନଷ୍ଟ କରି ଦେଇଥିବା ଜଣାପଡ଼ିଛି। ରାତିରେ ଗ୍ରାମବାସୀମାନେ ଏକାଠି ହୋଇ ଟର୍ଚ୍ଚ ଲାଇଟରେ ହାତୀକୁ ସେଠାରୁ ଘଉଡ଼ାଇଥିଲେ। ତେବେ ଆଜି ସକାଳ ପର୍ଯ୍ୟନ୍ତ ବନ ବିଭାଗର କୌଣସି କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚିନଥିଲେ। ଏଣୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ଅଞ୍ଚଳରେ ବାରମ୍ବାର ହାତୀ ଉପଦ୍ରବ ହେଉଥିବାରୁ ଜନସାଧାରଣ ବିଶେଷ କରି ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ନେଇ ବିଭିନ୍ନ ମହଲରେ ଚିନ୍ତା ପ୍ରକାଶ ପାଇଛି। ବନ ବିଭାଗ ତୁରନ୍ତ କ୍ଷୟକ୍ଷତିର ଆକଳନ କରିବା ସହ ସୁରକ୍ଷା ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।
ଲାଞ୍ଜିଗଡ଼ ବ୍ଲକ୍ ଦୋଲାମା ସରକାରୀ ପ୍ରାଥମିକ ବିଦ୍ୟାଳୟ ଘର ଭଙ୍ଗୀଲା ହାତୀ
