ଜଙ୍ଗଲୀ ହାତୀର ଉପଦ୍ରବ,ନଷ୍ଟ କଲା ଫସଲ

କଲ୍ୟାଣସିଂହପୁର : ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକର ଧାମୁଣିପଙ୍ଗା ପଞ୍ଚାୟତର ତାଡିଝୋଲା ଗ୍ରାମର ରାମୁଡୁ ମାଞ୍ଜିକାଙ୍କ ଫସଲ ଜଙ୍ଗଲୀ ହାତୀ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ବହୁତ ଦିନ ହେବ କଳାହାଣ୍ଡି ଅଞ୍ଚଳରୁ କଲ୍ୟାଣସିଂହପୁର ବ୍ଲକର ଧାମୁଣିପଙ୍ଗା ଅଞ୍ଚଳ ଓ ଅନ୍ୟ ପଟେ ନିୟମଗିରି ପାହାଡ଼ ଅଞ୍ଚଳକୁ ୨୬ଟି ହାତୀ ଆସି ଫସଲ ନଷ୍ଟ କରିବା ସହ ଘରଦ୍ୱାର, ଲୋକଙ୍କୁ କଚାଡି ମାରି ଦେଉଛନ୍ତି। ଏହି ହାତୀ ଦୁଇ ଦଳ ହୋଇ କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାର ଆମଟାପଡ଼ି ପର୍ଯ୍ୟନ୍ତ ଘୁରି ବୁଲି ରହୁଛନ୍ତି। ନିୟମଗିରି ଅଞ୍ଚଳର ୧୧୨ ଖଣ୍ଡ ଗ୍ରାମ ସହ ଟିଡିମାସ୍କା, ପାଦୁଲୁଗୁଡା, ପାଳଖମଣ, କରଞ୍ଜ।, ବୁଡୁଣୀ, ତାଡିମୁହିଁ, କୁର୍ଷିମୁହିଁ ଅଞ୍ଚଳକୁ ୧୩ଟି ଅନ୍ୟ ପଟେ ତାଡିଝୋଲା ଠାରୁ ସିଙ୍ଗାପଟା ପର୍ଯ୍ୟନ୍ତ ମୁତୁକୁଣି, ସୁରୁମୁଲିକୁ ୧୩ ପଟ ହାତୀ ଘୁରୀ ବୁଲିରହିଛନ୍ତି। ଏହି ୧୩ ହାତୀ ଦଳରୁ ଗୋଟିଏ ହାତୀ ଖସି ତାଡିଝୋଲା ଗ୍ରାମର ରାମୁଡୁ ମାଞ୍ଜିକାଙ୍କ ଧାନ ଫସଲ ଓ ଡ଼ଙ୍ଗରରେ ଲଗାଇଥିବା ମାଣ୍ଡିଆ, ଖସଲା, ଜନ୍ନା ଗୁଡିକ ଖାଇବା ସହ ମାଡି ନଷ୍ଟ କରି ଦେଇଛି। ଏହି ହାତୀ ଶନିବାର ଦିନ ଠାରୁ ବୁଧବାର ପର୍ଯ୍ୟନ୍ତ ଗ୍ରାମରେ ଫସଲ ନଷ୍ଟ କରିବା ସହ ଗ୍ରାମରେ ମଧ୍ୟ ବୁଲୁଥିବା ଗ୍ରାମବାସୀ ଦେଖି ଭୟଭିତ ହୋଇଛନ୍ତି। ଏହାକୁ ନେଇ କଲ୍ୟାଣସିଂହପୁର ବନାଞ୍ଚଳ କାର୍ଯ୍ୟାଳୟକୁ ଆସି ଅଭିଯୋଗ କରିଥିଲେ। ଉକ୍ତ ଖବର ପାଇବା ପରେ ବନପାଳ ବର୍ଖାରାଣୀ ପାତ୍ର, ବନରଖି, ପାରାଗାର୍ଡ ପ୍ରମୁଖ ଉକ୍ତ ଅଞ୍ଚଳ ପରିଦର୍ଶନ କରି ଥିଲେ। ଉକ୍ତ ଲୋକ ରିଜର୍ବ ଫରେଷ୍ଟ ଏରିଆ ଭିତରେ ଫସଲ କରିଥିବା ବନପାଳ କହିଥିବା ରାମୁଡୁ ମାଞ୍ଜିକା କହିଛନ୍ତି। ଏ ସମ୍ପର୍କରେ ବନପାଳ ବର୍ଖାରାଣୀ ପାତ୍ର ଚାଷ ଜମିର କାହାରି ପାଖରେ ପଟ୍ଟା ନ ଥିବାରୁ ସରକାରୀ ନିୟମ ଅନୁସାରେ କ୍ଷତି ପୂରଣ ମିଳିପାରିବ ନାହିଁ ବୋଲି ସ୍ୱଷ୍ଟ କରିଛନ୍ତି। ଏହି ପରିବାର ଅନ୍ୟନ୍ତ ଗରିବ ଶ୍ରେଣୀର, ସେମାନେ ଧାନ ଚାଷ ଓ ଡ଼ଙ୍ଗର ଚାଷ କରି ପରିବାର ଭରଣ ପୋଷଣ କରି ଆସୁଥିଲେ। ବର୍ତ୍ତମାନ ହାତୀ ଫସଲ ନଷ୍ଟ କରିଦେଇଛି, କ୍ଷତି ପୂରଣ ନ ମିଳିଲେ କିପରି ପରିବାର ଭରଣ ପୋଷଣ କରିବି ବୋଲି ରାମୁଡୁ ମାଞ୍ଜିକା କୋହଭରା କଣ୍ଠରେ କହିଛନ୍ତି।

Leave a Reply

Your email address will not be published. Required fields are marked *