ବ୍ରହ୍ମପୁର : ବାତ୍ୟା ଅର୍ଣ୍ଣବ ପରେ ଗଞ୍ଜାମରେ ପରିସ୍ଥିତି ଜଟିଳ ହୋଇପଡ଼ିଛି। ବନ୍ୟାରେ ଉବୁଟୁବୁ ହେଉଛି ସାରା ଗଞ୍ଜାମ। ଲୋକଙ୍କ ଘରେ ପଶିଛି ପାଣି। ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଅନେକ ସ୍ଥାନରୁ ଲୋକଙ୍କୁ ଉଦ୍ଧାର କରାଯିବା ସହ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି। ଏହା ମଧ୍ୟରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଯାହା ବାସ୍ତବିକ ପ୍ରଶଂସନୀୟ। ପାତ୍ରପୁର ବ୍ଲକର ଖମ୍ବାରିଗାଁ ଗ୍ରାମର ଜଣେ ମହିଳାଙ୍କ ହଠାତ୍ ପ୍ରସବ ଯନ୍ତ୍ରଣା ହୋଇଥିଲା କିନ୍ତୁ ନଦୀ ଜଳମଗ୍ନ ସହ ରାସ୍ତାରେ ପ୍ରଖର ସ୍ରୋତରେ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ତାଙ୍କୁ ସ୍ଥାନାନ୍ତର କରାଯାଇ ପାରୁନଥିଲା। ଘଟଣା ବିଷୟରେ ଖବର ପାଇ ଓଡିଆରଏଏଫ ଦଳ ପହଞ୍ଚି ତାଙ୍କୁ ଏକ ଷ୍ଟ୍ରେଚରରେ ସ୍ଥାନାନ୍ତର କରିଥିଲେ ଏବଂ ଗାଡ଼ିରେ ମେଡିକାଲକୁ ନିଆଯାଇଥିଲା।
ଗର୍ଭବତୀଙ୍କୁ ଉଦ୍ଧାର କଲେ ଓଡିଆରଏଏଫ ଦଳ
