ହସ୍ପିଟାଲରୁ ଡିସଚାର୍ଜ ହେଲେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ

ନୂଆଦିଲ୍ଲୀ:ଗୁରୁଗ୍ରାମର ଏକ ଘରୋଇ ହସ୍ପିଟାଲରୁ ଡିସଚାର୍ଜ ହେଲେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ। ୨୬ ଦିନ ଧରି ଅନଶନ କରିବା ପରେ ତାଙ୍କ ସ୍ୱାସ୍ଥ୍ୟ ଖରାପ ହେବାରୁ ସେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ପ୍ରାୟ ଗୋଟିଏ ସପ୍ତାହ ଧରି ଚିକିତ୍ସିତ ହେଉଥିବା ବେଳେ ଆଜି ତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି ।ଡିସଚାର୍ଜ ପରେ ସୋନମ ୱାଙ୍ଗଚୁକ ପ୍ରଥମେ ଦିଲ୍ଲୀର ରାଜଘାଟକୁ ଯାଇ ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବେ। ଏହାପରେ ସେ ନିଜ ଘର ଲଦାଖକୁ ଫେରିବେ।

ସୋନମ ୱାଙ୍ଗଚୁକ ନିଜ ‘X’ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରି ଲେଖିଛନ୍ତି, “ଶେଷରେ ମୋତେ ହସ୍ପିଟାଲରୁ ଡିସଚାର୍ଜ କରାଯାଉଛି। ପ୍ରଥମେ ରାଜଘାଟ ଯାଇ ମହାତ୍ମା ଗାନ୍ଧୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବି, ତା’ପରେ ପର୍ବତମାଳାକୁ ଫେରିଯିବି।” ସେ ମେଦାନ୍ତ ହସ୍ପିଟାଲର ଡାକ୍ତର ଓ କର୍ମଚାରୀଙ୍କୁ ଚିକିତ୍ସା ଏବଂ ସହଯୋଗ ପାଇଁ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି।

Leave a Reply

Your email address will not be published. Required fields are marked *